ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା କୁ ଭବାନୀପାଟଣା ଠାରେ ଭବ୍ୟ ସ୍ୱାଗତ।

Jun 02, 2025 - 20:59
0 39
ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା କୁ ଭବାନୀପାଟଣା ଠାରେ ଭବ୍ୟ ସ୍ୱାଗତ।

ଭବାନୀପାଟଣା,୨l୬.(ଷ୍ଟାରନିଉଜ ଓଡିଶା): ୧୯୬୨ ଭାରତ-ଚୀନ ରେଜାଙ୍ଗଳା ଯୁଦ୍ଧରେ ସହୀଦ ହୋଇଥିବା ୧୧୪ ଅହୀର ଯାଦବ ଯବାନ ଙ୍କ ବୀରତ୍ୱ ର ଗାଥା ଜନ ମାନସରେ ଉପସ୍ଥାପନା ତଥା ଅହୀର ରେଜିମେଣ୍ଟ ଦାବିରେ ଆରମ୍ଭ ହୋଇଛି ସର୍ବଭାରତୀୟ ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା l ଆଖିଲ ଭାରତ ବର୍ଷୀୟ ଯାଦବ ମହାସଭା ପକ୍ଷରୁ ଆୟୋଜିତ ଉକ୍ତ କଳସ ଯାତ୍ରା ଗତ ମାସ ମେ-୧୩ ରୁ ବିହାର ର ଚୋପ୍ରା ରୁ ଆରମ୍ଭ ହୋଇ ବିଭିନ୍ନ ରାଜ୍ୟ ଦେଇ ଜୁନ-୦୧ ତାରିଖ ରବିବାର ଦିନ ଉତ୍କଳ ଜିଲ୍ଲା ଯାଦବ ମହାସଭା,କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ରାଷ୍ଟ୍ରୀୟ ସଂଯୋଜକ କିରଣ ଯାଦବ ଙ୍କ ମିଳିତ ସହଯୋଗରେ କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିଥିଲା l ରେଜାଙ୍ଗଲା ପବିତ୍ର ସହିଦ ମାଟି କଳସ ଯାତ୍ରା କଳାହାଣ୍ଡିର କେସିଙ୍ଗା ଅମ୍ବାଜୀ ମନ୍ଦିର ଠାରୁ ଆରମ୍ଭ ହୋଇ ବୋରିଙ୍ଗ ପଦର, ଉତ୍କେଲା,ଭବାନୀପାଟଣା କଲେଜ ଛକ, କୁଟୁରୁ ଖମାର, ଜୁନାଗଡ, ମଥୁରା, ଧର୍ମଗଡ, ମୋଟେର ଛକ, ଚିଲଗୁଡା, କୋକସରା ରାଜ ରାସ୍ତା ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା,ପଦଯାତ୍ରା,ବାଇକ-କାର ଶୋଭାଯାତ୍ରା ଆୟୋଜନ ହୋଇ ଭବ୍ୟ ସମ୍ବର୍ଦ୍ଧନା କରଯାଇଥିଲା l କଳାହାଣ୍ଡି ଜିଲ୍ଲା ରେ ରଥ ପରିଚାଳନା ଦାୟିତ୍ୱରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ସଂଯୋଜକ ଭାବେ ନୃପରାଜ ଯାଦବ, ଜୋନ ଯୁବ ସଂଯୋଜକ ଭାବେ ଗୋବିନ୍ଦ ବନଛୋର, ଉତ୍କଳ ଯାଦବ ମହାସଭା ମହିଳା ସେଲ ସଭାନେତ୍ରୀ ତଥା ପୂର୍ବତନ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ଯୁବ ଯାଦବ ସଭାପତି ଅମର ନାୟକ ଓ ମେଡ଼ିଆ ସେଲ ସଂଯୋଜକ ସୁରଥ ହେରନା ଦାୟିତ୍ୱରେ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭା ଉପସଭାପତି ଲମ୍ବୋଦର ନିଆଲ,ପୂର୍ବତନ ଧର୍ମଗଡ଼ ବିଧାୟକ ମୌସଧି ବାଗ,ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ,କଳାହାଣ୍ଡି ଜିଲ୍ଲା ଯାଦବ ସାଧରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝି, କଳାହାଣ୍ଡି ଜିଲ୍ଲା ଯାଦବ କର୍ମଚାରୀ ସଙ୍ଘ ସଭାପତି ଲକ୍ଷ୍ମଣ ବଛା,ଉତ୍କଳ ଯାଦବ ମହାସଭା ପୂର୍ବତନ ଉପସଭାନେତ୍ରୀ ଶୁଭଲକ୍ଷ୍ମୀ ନାଏକ,ବରିଷ୍ଠ ଯାଦବ ମହିଳା ସଂଗଠକ ତଥା ଆଇନଜୀବି ଇଲା ସେଲମା,ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ,ଭବାନୀପାଟଣା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହୀର, ଭବାନୀପାଟଣା ଟାଉନ ଯାଦବ ସମିତି ସଭାପତି ରବୀନ୍ଦ୍ରଲାଲ ଯାଦବ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ଼, ଲାଞ୍ଜିଗଡ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ,ବରିଷ୍ଠ ଯାଦବ ସଂଗଠକ ଭାରତ ଭୂଷଣ ବେମାଲ,ଅବସର ପ୍ରାପ୍ତ ଏବିଡିଓ ଦୁର୍ଗୁ ନିଆଲ,ପୂର୍ବତନ ଭବାନୀପାଟଣା ଟାଉନ ଯାଦବ ସମିତି ସଭାପତି ନଳିନୀ ରାଉତ,ଭବାନୀପାଟଣା ବ୍ଲକ ଯାଦବ ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ଼, ଭବାନୀପାଟଣା ଟାଉନ ଯାଦବ ସମିତି ସମ୍ପାଦକ ସତ୍ୟନାରାୟଣ ବିଶି,ଯୁବ ଯାଦବ ଉପସଭାପତି ସୁନୀଲ କୁମାର ଧଙ୍ଗଡ଼ାମାଝି,କୁଟୁରୁ ଖମାର ଆଞ୍ଚଳିକ ସଭାପତି କରୁଣା ଚଣ୍ଡୀ, ମାଲ ଗାଁ ଆଞ୍ଚଳିକ ସଭାପତି ସୁରେଶ ଚନ୍ଦନ,ମାଲ ଗାଁ ଆଞ୍ଚଳିକ ସମ୍ପାଦକ ପ୍ରସନ୍ନ ଗୌଡ଼,ଲାଞ୍ଜିଗଡ ବ୍ଲକ ଯୁବ ଯାଦବ ସଭାପତି ଦିଲେଶ ନାଗ, ଧର୍ମଗଡ଼ ଯୁବ ଯାଦବ ସଭାପତି ଲବଣି ରାଉତ,ଯୁବ ସଂଗଠକ ପିତବାସ ବେହେରା,ମାନସ ରଞ୍ଜନ ବାଗ,ଜିତୁ ରାଉତ,ପ୍ରତାପ ନାଗ, ସିଦ୍ଧାର୍ଥ ନାଏକ,ରାଧେ ରାଉତ, ଅରିୟା ବଗର୍ତ୍ତି,ମହିଳା ସଂଗଠକ ସବିତା ରାଉତ, ତନୁଜା ରାଉତ, ବୈଷ୍ଣବୀ ରାଉତ ଓ ଅନ୍ୟ ଯାଦବ ପ୍ରେମୀ ଉପସ୍ଥିତ ଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User