ଜଙ୍ଗଲ ସଫା ହେବାରେ ଲାଗିଛି,କାଠ ଚୋରା ଚାଲାଣରେ ମାତିଛନ୍ତି କାଠ ମାଫିଆ ।

ରାଇଘର,୨୩l୪ (ଷ୍ଟାର ନିୟୁଜ ଓଡ଼ିଶା): ବେଧଡ଼କ ଚାଲିଛି ଜଙ୍ଗଲ କଟା, ଜଙ୍ଗଲ ରୁ ମୂଲ୍ୟବାନ ଗଛ କାଟି ମାଲେମାଲ ହେଉଛନ୍ତି କାଠ ମାଫିଆ l ପୁଷ୍ପା ଷ୍ଟାଇଲରେ ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଵୋକଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ l ଏହି ଜଙ୍ଗଲ ରୁ ବହୁମୂଲ୍ୟ ନୀଳଗିରି ଗଛ ସବୁ କାଟି ଏକ ଟ୍ରକ ଯାହାର ନମ୍ୱର CG 04 PK 9807 ରେ ଲୋଡ଼ କରୁଥିବା ବେଳେ ଉମରକୋଟ ବନ ବିଭାଗ କାଠ ଲୋଡ଼ ହେଉଥିବା ସ୍ଥାନରେ ପହଞ୍ଚି କାଠ ସହ ଟ୍ରକ କୁ ଜବତ କରି ଉମରକୋଟ ବନ ବିଭାଗ ଅଫିସରେ ଆଣି ସିଜ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି l ଅଧା କାଠ ଟ୍ରକ ରେ ଲୋଡ଼ ହେଇଥିବା ବେଳେ ଅଧା କାଠ ଜଙ୍ଗଲ ପାଖରେ ସାଇଜରେ ରଖା ଯାଇଥିବା ଦେଖିବାକୁ ମିଳିଛି l ଜଙ୍ଗଲ ପାଖରେ ରଖାଯାଇଥିବା କାଠ ଟ୍ରାକ୍ଟର ସାହାଯ୍ୟରେ ଅଫିସକୁ ଅଣାଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି l ବାରମ୍ବାର ବନବିଭାଗ ଦ୍ୱାରା ଧରାପଡିବା ପରେ ମଧ୍ୟ ଖାତିର କରୁନାହାନ୍ତି କାଠ ମାଫିଆ l କାହା ବଳରେ ବଳିୟାନ ଏହି କାଠ ମାଫିଆ ସମୂହ l ବନ ବିଭାଗରେ କାର୍ଯ୍ୟରତ ବଡବଡିଆଙ୍କ ଆଶୀର୍ବାଦ ଅଛି କାଠ ମାଫିଆଙ୍କ ଉପରେ ନା ଆଉ କାହା ଇଙ୍ଗିତରେ ଚାଲିଛି କାଠ ଚୋରା ଚାଲାଣ, ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଅପରପକ୍ଷେ ବେଧଡ଼କ ଜଙ୍ଗଲ କଟା ଚାଲିଥିବା ଯୋଗୁଁ ନିଜର ବାସସ୍ଥାନ ହରେଇବା ସହ ଖାଦ୍ୟ ନପାଇ ଗାଁ ମୁହାଁ ହୋଇ ମରଣ ମୁଖରେ ପଡୁଛନ୍ତି ବନ୍ୟଯନ୍ତୁ ଲ
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






