ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ମେଳା ଆୟୋଜିତ।

ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ମେଳା ଆୟୋଜିତ।

Apr 01, 2025 - 19:18
0 292
ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ମେଳା ଆୟୋଜିତ।

କନ୍ଧମାଳ,୧l୦୪:ଓଡ଼ିଶା ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଏବଂ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି । ଫୁଲବାଣୀ ସ୍ଥିତି ରିଜର୍ଭ ପୋଲିସ ପଡ଼ିଆରେ ଏହି ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି ।କନ୍ଧମାଳ SP ହରିଶ ବି.ସି ଆନୁଷ୍ଠାନିକ ଭାବେ ଏହି ମେଳାର ଶୁଭାରମ୍ଭ କରିଥିବା ବେଳେ ସଂମାନିତ ଅତିଥି ଭାବେ କନ୍ଧମାଳ CDMO ଡ଼. ସନ୍ତୋଷ କୁମାର ପାଢ଼ୀ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ମେଳାରେ ବରିଷ୍ଠ ନାଗରିକ ଏବଂ ପୋଲିସ କର୍ମଚାରୀ ମାନଙ୍କ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କନ୍ଧମାଳ SP କହିଛନ୍ତି ।ସ୍ୱାସ୍ଥ୍ୟ ମେଳାରେ ବହୁ ବରିଷ୍ଠ ନାଗରିକ,ପୋଲିସ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ବେଳେ ବିଭିନ୍ନ ବିଭାଗ ର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User