ରେଳ ଧାରଣା ତଳେ ବେଦାନ୍ତ ପାଣି ପାଇପ ଲିକେଜ ହେବା ଯୋଗୁଁ ଟ୍ରେନ ଦୁର୍ଘଟଣା ଆଶଙ୍କା ରେ ଗ୍ରାମବାସୀ ।

କଳାହାଣ୍ଡି,୨୩|୪(ଷ୍ଟାର ନିୟୁଜ ଓଡ଼ିଶା ):କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ନିକଟସ୍ତ ତୁଳାଗାଁ ବସ୍ତି ନିକଟ ଦେଇ ଯାଇଥିବା ତିନି ନମ୍ବର ରେଳ ଧାରଣା ଅତି ବିପଦ ସଂକୁଳ ଅବସ୍ଥା ରହିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି |ପ୍ରାପ୍ତ ସୂଚନା ରୁ ଜଣା ଯାଇଛି ଯେ ରାୟପୁରଠାରୁ ବିଶାଖାପାଟଣା କୁ ସଂଯୋଗ କରୁଥିବା ତିନି ନମ୍ବର ରେଳ ଧାରଣା ନର୍ଲା ରୋଡ଼ ଷ୍ଟେସନ ଠାରୁ ଅଳ୍ପ ଦୂରରେ ୩୩୯/୬A ଏବଂ ୩୩୯/୮A ମଧ୍ୟରେ ବେଦାନ୍ତ ପାଣି ପାଇପ ଲିକ ହୋଇ ରେଲେ ଟ୍ରାକ ତଳୁ ପାଣି ମାସ ମାସ ଧରି ବାହାରୁ ଥିବାରୁ ରେଳ ଟ୍ରାକ ପ୍ରତି ବିପଦ ରହିଥିବା ଅଭିଯୋଗ ହଇଛି | ଏହି ଟ୍ରାକ ଉପର ଦେଇ ପ୍ରତି ଦିନ ଶତାଧିକ ମାଳବାହି ଓ ଯାତ୍ରୀବାହି ଟ୍ରେନ ଯିବା ଆସିବା କରୁଥିବାରୁ,କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିବା ସହ ଏଥିପାଇଁ ବେଦାନ୍ତ କମ୍ପାନୀ ର ଖାମଖିଆଲି ନିତୀ କୁ ଦାୟି କରିଛନ୍ତି |କାରଣ ପାଣି ପାଇପ ଲିକେଜ ଘଟଣା ବର୍ଷା ଧିକ କାଳ ରେଳ ବିଭାଗ ଅଧିକାରୀ ଓ ଗ୍ରାମବାସୀ ମାନେ ଏହାର ମରାମତି ପାଇଁ ଜଣାଇ ଥିଲେ ମଧ୍ୟ ବେଦାନ୍ତ ଅଧିକାରୀ ମାନଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁ ନ ଥିବା ଅଭିଯୋଗ ହୋଇଛି |
What's Your Reaction?






