ଜାତୀୟ ପଂଚାୟତରାଜ ଦିବସ ବ୍ଲକ ସ୍ତରୀୟ ସମାରୋହ ଅନୁଷ୍ଠିତ ।

ଝରିଗାଁ୨୪l୪(ଷ୍ଟାର ନିୟୁଜ): ଝରିଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଚଳିତ ୨୦୨୫ ବର୍ଷର ପଂଚାୟତରାଜ ଦିବସ ଓ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜନ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ଭତରା ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦୁର୍ଗାପ୍ରସାଦ ମାଝୀ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜାମୁ କାଶ୍ମୀର ର ବେଲ ଗାହାମ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଵିରୋଜା ମୋହିନୀ ପାଙ୍ଗି, ବି ଏଲ ଓ ରମେଶ ତାଡ଼ିଙ୍ଗି , ପି ଇ ଓ ଇନ୍ ଚାର୍ଜ ରମେଶ ଚନ୍ଦ୍ର ହରିଜନ ଝରିଗାଁ ,ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମ୍ପ୍ରସାରଣ ଅଧିକାରୀ , ଏ ସି ଡି ଇ ଓ, ଜି ଆର୍ ଏସ,ବିଭାଗୀୟ କର୍ମଚାରୀ ଏବଂ ୨୩ ଟି ପଞ୍ଚାୟତାରୁ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମଧ୍ୟରେ ସମସ୍ତ ସରପଞ୍ଚ,ସମିତି,ଜିଲ୍ଲାପରିଷଦ ମେମ୍ବର,ଅଙ୍ଗନୱାଡ଼ି କର୍ମୀ, ଓଡ଼ିଶା ଜୀବିକା ମିଶନ ମହିଳା,ସ୍ଵୟଂସହାୟକ ଗୋଷ୍ଠୀ ମହିଳା ଯୋଗ ଦେଇଥିଲେ। ତୃଣମୂଳ ସ୍ତରରେ ବିକାଶ ଲାଗି ଗ୍ରାମ ସଭା ଅତ୍ୟନ୍ତ ଜରୁରୀ ରହିଥିବା ବେଳେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏବଂ ସରକାଙ୍କ ଜନକଲ୍ୟାଣକାରି ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ମଧ୍ୟରେ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସମିତିର ସାଧାରଣ ବୈଠକକୁ ଅନଲାଇନ୍ ପରିଚାଳନ ନିମନ୍ତେ ଇ - ପଞ୍ଚାୟତ ସଭା ପୋର୍ଟାଲ ବ୍ୟବହାର , ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ପାଇଁ ରେକର୍ଡ ପ୍ରସ୍ତୁତି, ବୈଷୟିକ ମଞ୍ଜୁରୀ,ପ୍ରଶାସନିକ ଅନୁମୋଦନ ର ସୁଗମ ପରିଚାଳନା,ଭିତ୍ତିଭୂମିର ଦୃଶ୍ୟକରଣ ପାଇଁ ପଞ୍ଚାୟତ ମନିଟରିଂ ସିଷ୍ଟମ ପୋର୍ଟାଲ ଓ ମୋବାଇଲ୍ ଆପ ବ୍ୟବହାର,ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୋତ୍ସାହନ ରାଶି ବଣ୍ଟନ,ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସୋଲାର ସବସିଡ ପ୍ରଦାନ,ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ଭିତ୍ତିପ୍ରସ୍ତର ସ୍ଥାପନ,ଶୁଭଦ୍ରା ଆର୍ଥିକ ସହାୟତା ଭଳି ବହୁମୁଖୀ ଉନ୍ନତିକରଣ ଆଦି କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।ଏହି ଅବସରରେ ନୂତନ ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଙ୍କ ଦ୍ଵାରା ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






