ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ।

Nov 13, 2025 - 15:13
Updated: 10 months ago
0 138
ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ।

ଫିରିଙ୍ଗିଆ,୧୩l୧୧ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଉଦେଶ୍ୟରେ ପ୍ରତି ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନା ଭୁକ୍ତ ହୋଇ ଲାଭ ଉଠେଇବା ପାଇଁ ଆଜି ଫିରିଙ୍ଗିଆ ମିନି ଷ୍ଟାଡିୟମରେ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ, ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ଜିଲ୍ଲା ପରିଷଦ ସଭ୍ୟ ନିଳଗିରି ଦିଗାଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବିଶ୍ବରଂଜନ ରଥ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ପ୍ରଭାତ କୁମାର ମିଶ୍ର , ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠୀ, ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ସୁନ୍ଦର ଉପଦେଶ ଦେଇଥିଲେ।

 ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା,ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ। ଏହି ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡ଼ିଏସ, ପ୍ରାଣୀ ବିଭାଗ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନୀ ହୋଇଥିଲା।ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ମାନଙ୍କୁ ଗୋ ଆ ହେଡ ଲେଟର ମଧ୍ୟ ପ୍ରଦାନ କରାଯାଇଥିଲା। ଗୋଛାପଡା ଭିଏସ୍ ଏସ୍ ଡଃ ସାତ୍ତ୍ୱିକ ପାଣିଗ୍ରାହୀ,ଡଃ ଅନୁରାଧା ଝାଙ୍କର, ଦିପ୍ତିରଞନ ବେହେରା, ସସ୍କିତା ପୃଷ୍ଠୀ, ସ୍ବାଧିନ ସାହାଣୀ, ଶ୍ରବଣ ଭୁକ୍ତା ଅନନ୍ତ ବେହେରା,ଅଭିନାଶ ପଟ୍ଟନାୟକ ସହ ବ୍ଲକ ର ସମସ୍ତ ପ୍ରଣିଧାନ ନିରୀକ୍ଷକ ସହଯୋଗ କରିଥିଲେ। 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User