ଭାଲୁ ଆକ୍ରମଣରେ ଦୁଇ ବର୍ଷର ଶିଶୁ କନ୍ୟା ଗୁରୁତର।

Nov 13, 2025 - 19:15
0 160
ଭାଲୁ ଆକ୍ରମଣରେ ଦୁଇ ବର୍ଷର ଶିଶୁ କନ୍ୟା ଗୁରୁତର।

ଝରିଗାଁ,୧୩l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଏକାଡୋଡ଼ି ଗ୍ରାମର ଦୁଇ ବର୍ଷର ଝିଅ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ବାଏକାଡୋଡ଼ି ଗ୍ରାମର ଜଳ ସାନ୍ତା ଏବଂ ତାଙ୍କ ପତ୍ନୀ ଜ୍ୟୋତିକା ସାନ୍ତାଙ୍କ ଦୁଇ ବର୍ଷର ଶିଶୁ କନ୍ୟା ଭୂମିକା ସାନ୍ତାକୁ ଘରେ ରଖି ଘର ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ନିଜ ମକା ବାଡ଼ରେ ମକା ଭାଙ୍ଗିବା ପାଇଁ ଯାଇଥିଲେ।ଦିନ ଦ୍ବିପ୍ରହର ପ୍ରାୟ ୨ ଘଣ୍ଟା ସମୟରେ ସମ୍ପର୍କୀୟ ଭଉଣୀ କୁସୁମା ସାନ୍ତା ଭୂମିକାକୁ କାଖେଇ ମକା ବାଡ଼କୁ ନେଇ ଯାଉଥିଲା।ଯିବା ସମୟରେ ହଠାତ ସେମାନେ ଏକ ଭାଲୁ ହାବୁଡ଼ରେ ପଡିଯାଇଥିଲେ।ଭାଲୁ ଭୂମିକାର ବାମ ଗଡ଼କୁ କାମୁଡି ଦେଇ କିଛି ବାଟ ଘୋଷାରି ନେର ଯାଇଥିଲା।ଭାଲୁ ଆକ୍ରମଣ ପରେ କୁସୁମା ଓ ଆଖପାଖ ଲୋକ ଚିତ୍କାର କରିବା ପରେ ଭାଲୁ ମକା ବାଡ଼ ଭିତରକୁ ଚାଲିଯାଇଥିଲା।ପରେ ପରିବାର ଲୋକ ତୁରନ୍ତ ବାଇକ ଯୋଗେ ଭୂମିକାକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭାଲୁ କାମୁଡ଼ାରେ ଭୂମିକାର ବାମ ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User