ତୁରୁଞ୍ଜି ଗ୍ରାମରେ କାବେରୀ କମ୍ପାନୀର ମେଗା ମିଟିଙ୍ଗ ଅନୁଷ୍ଠିତ ।

Nov 13, 2025 - 12:48
Updated: 10 months ago
0 43
ତୁରୁଞ୍ଜି ଗ୍ରାମରେ କାବେରୀ କମ୍ପାନୀର ମେଗା ମିଟିଙ୍ଗ ଅନୁଷ୍ଠିତ ।

ଝରିଗାଁ,୧୩l୧୧ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡା ପଂଚାୟତ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମଠାରେ କାବେରୀ କମ୍ପାନୀ ପକ୍ଷରୁ ଆଜି ମେଗା ମିଟିଙ୍ଗର ଆୟୋଜନ କରାଯାଇଥିଲା |ଆୟୋଜିତ ଉକ୍ତ ବୈଠକରେ ପାଖାପାଖି 400ଚାଷୀ ଯୋଗ ଦେଇଥିବା ବେଳେ କମ୍ପାନୀର ଏରିଆ ମ୍ୟାନେଜର ସୋମ୍ୟକାନ୍ତ ହତା,ବିତରକ ରାଜେନ୍ଦ୍ର ସୁନା, ପିଏଫଏ କୁମୁଦ ପନକା,ବିତରକ ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ |ଏରିଆ ମ୍ୟାନେଜର ଶ୍ରୀ ହୋତା କାବେରୀ 468 ଧାନ ବିଷୟରେ ଚାଷୀ ମାନଙ୍କୁ ବୁଝେଇଥିବା ବେଳେ କମ୍ପାନୀର ଅନ୍ୟ ସଦସ୍ୟ ତଥା କର୍ମଚାରୀମାନେ ଜୈବିକ ସାରର ଉପକାରିତା, ଚାଷକାର୍ଯ୍ୟର ପ୍ରଣାଳୀ, ରାସାୟନିକ ସାର ଓ କୀଟନାଶକ ଔଷଧ ଉପରେ ଚାଷୀ ମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ |ବର୍ତମାନ ଶୀତ ସମୟ ଚାଲିଥିବାରୁ କମ୍ପାନୀ ପକ୍ଷରୁ ଲଟେରୀ କରି ଲଟେରୀରେ ଭାଗନେଇ ଲଟେରୀ ଉଠେଇଥିବା ଚାଷୀ ମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହିତ କିଛି ଚାଷୀଙ୍କୁ ସିଞ୍ଚନ ଯନ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲେ |ପରେ ଉପସ୍ଥିତ ସମସ୍ତ ଚାଷୀଙ୍କୁ ଜଳଖିଆ ପ୍ରଦାନ କରିବା ପରେ ଧନ୍ୟବାଦ ଜଣେଇ ବୈଠକ ଶେଷ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User