ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

Nov 13, 2025 - 08:39
0 171
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଝରିଗାଁ,୧୩l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ସୋମବାର ଅପରାହ୍ନ ସମୟରେ ଗ୍ରାମର ଦୁଇ ନାବାଳକ ମିଶି ଦୁଷ୍କର୍ମ କରୁଥିବା ନେଇ ବୁଧବାର ସନ୍ଧ୍ୟାରେ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାରାବେଡା ଗ୍ରାମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ନିଜ ଘର ନିକଟରେ ଥିବା ଏକ ମକା ଜମି ନିକଟରେ ମକା ସଂଗ୍ରହ କରୁଥିଲେ । ଉକ୍ତ ସମୟରେ ଗ୍ରାମର ଦୁଇ ଜଣ ନାବାଳକ ଝିଅଟିକୁ ଫୁସ୍ଲାଇ ଅନ୍ୟତ୍ର ନେଇଥିଲେ। ସେଠାରେ ଦୁଇ ଯୁବକ ଆଠ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଘରେ ଝିଅଟିର ମାଆବାପା କୁଲିକାମ କରିବାକୁ ଯାଇଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ଜଣକ ଜେଜେ ମାଆଙ୍କୁ ଜଣାଇଥିଲେ । ଏହାପରେ ମଙ୍ଗଳବାର ଦିନ ଝିଅର ମାଆ ବାପାଙ୍କୁ ଜଣାଇଥିଲେ । ଏନେଇ ସମ୍ପୁକ୍ତ ଦୁଇ ନାବାଳକଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ, କିନ୍ତୁ ସେମାନେ ଗଣ୍ଡଗୋଳ କରିଥିଲେ। ଶେଷରେ ବୁଧବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଝରିଗାଁ ଥାନାରେ କେସ ନମ୍ବର 179/2025ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User