ଶିଶୁ ମହୋତ୍ସବ ଏବଂ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

Oct 16, 2025 - 20:52
0 54
ଶିଶୁ ମହୋତ୍ସବ ଏବଂ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଫୁଲବାଣୀ,୧୬l୧୦(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲାଡ଼ି ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଏବଂ ତର୍କ,ବକୃତା,ପ୍ରବନ୍ଧ ଲିଖନ,ଶ୍ରୁତଲିଖନ,ସୁନ୍ଦର ହସ୍ତାକ୍ଷର ,ଚିତ୍ରାଙ୍କନ,କୁଇଜ,ସଙ୍ଗୀତ,ନୃତ୍ୟ,ପି.ଏମ ପୋଷଣ ଚିତ୍ରକଳା,ଶିଳ୍ପକଳା,ମୌଳିକ ସାକ୍ଷରତା,ସଂଖ୍ୟାଜ୍ଞାନ ଆଧାରିତ ଚିତ୍ରାଙ୍କନ,ଗଣିତ ଦୌଡ,ଗଣିତ କୁଇଜ ଓ ଗଳ୍ପକଥନ ଭଳି ପ୍ରତିଯୋଗୀତା ଗୁଡ଼ିକ ଆୟୋଜିତ ହୋଇଥିଲା ।ଏଥିରେ ଗୁଦାରୀ କ୍ଲଷ୍ଟର ର ଦଶ ଗୋଟି ବିଦ୍ୟାଳୟର ୧୪୪ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଶେଷରେ ଶିଶୁ ମହୋତ୍ସବ ଆୟୋଜିତ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ଟିଟ୍ରାପଙ୍ଗା ସରପଞ୍ଚ ସଂଜୀବ ଲୋଚନ ପ୍ରଧାନ ,ସଂମାନିତ ଅତିଥି ଭାବେ ଖଜୁରୀପଡା ଗୋଷ୍ଠୀ ଶିକ୍ଷାଧିକାରୀ ବିନୋଦ ବିହାରୀ ଦିଗାଲ,କଲାଡ଼ି ୱାର୍ଡ଼ମେମ୍ବର ନରୋତ୍ତମ କହଁର, ମୋ ସ୍କୁଲ ଅଭିଯାନର ସଭାପତି ନୀଳାମ୍ବର କହଁର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆୟୋଜିତ ସଭାକୁ ସଭାପତିତ୍ୱ କରିଥିଲେ ମା ବରାଳଦେବୀ ଉଚ୍ଛ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫକୀର ଚରଣ ମୁଦୁଲି !ମୁଖ୍ୟ ବକ୍ତା ଭାବେ ଖଜୁରୀପଡା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଜ୍ୟୋସ୍ନାରାଣୀ ମଲ୍ଲିକ ଯୋଗ ଦେଇଥିବା ବେଳେ ଗୁଦାରୀ ସି.ଆର.ସି.ସି ସୁଜାତା କୁମାରୀ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ !ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରି ସଂଯୁକ୍ତା ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ କଲାଡ଼ି ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ସୁବାସିନୀ ରଣଭଇଂସା,ଟିଟ୍ରାପଙ୍ଗା ଉଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ !ଶେଷରେ ମୁଖ୍ୟ ଅତିଥି ଏବଂ ସଂମାନିତ ଅତିଥି ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହିତ ପୁରସ୍କାର ବଣ୍ଟନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User