କନ୍ଧମାଳ ମିଳିତ ମଞ୍ଚ ଦ୍ଵାରା ମନୁବାଦି ଓକିଲଙ୍କ ବିରୁଦ୍ଧରେ ଅଭିଯୋଗ

Oct 16, 2025 - 16:38
 0  51
କନ୍ଧମାଳ ମିଳିତ ମଞ୍ଚ ଦ୍ଵାରା ମନୁବାଦି ଓକିଲଙ୍କ ବିରୁଦ୍ଧରେ ଅଭିଯୋଗ

କନ୍ଧମାଳ ୧୬/୧୦/୨୫( ଷ୍ଟାର ନିୟୁଜ ଓଡିଶା)ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀସଙ୍କ ଉପରେ ହୋଇଥିବା ଜାତିଆଣ ଆକ୍ରମଣ କୁ ପ୍ରତିବାଦ କରି ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଜୟଭୀମ ଜୟସମ୍ବିଧାନ ଜୟମୂଳନୀବାସୀ ନାରା ଦେଇ ଏକ ବିଶାଳ ଜନଆକ୍ରୋଶ ଶୋଭାଯାତ୍ରା ହୋଇଯାଇଛି  ! କନ୍ଧମାଳ ଜିଲ୍ଲା ମିଳିତ ମଞ୍ଚର ସଭାପତି ଶ୍ରୀ ସମିର୍ ଘଟାଲ୍ ଏବଂ ସମ୍ପାଦକ ସତ୍ୟନାରାୟଣ ବେହେରାଙ୍କ ନେତୃତରେ  କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଆସି ଫୁଲବାଣୀ ସର୍କିଟହାଉସ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ  ମାଧ୍ୟମରେ  ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି. ବି ଆର ଗବାଇଙ୍କୁ ଯେଉଁ ମନୁବାଦି ଓକିଲ ରାକେଶ କିଶୋର ଯେଉଁ ଉଦ୍ଦେଶ୍ୟ ମୂଳକ ଭାବରେ ଜୋତା ମାଡ଼  ମାରିଛନ୍ତି ସେହି ପ୍ରତିବାଦରେ 
 ମନୁବାଦିଙ୍କ ଦ୍ଵାରା ପ୍ରଯୋଜିତ କାର୍ଯ୍ୟକୁ ଘୋର ବିରୋଧ ଓ ନିନ୍ଦା କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳନକୁ ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆଁବର୍ଗ ଓ ମାଇନୋରିଟିଙ୍କ  ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ  କଠୋର ପଦକ୍ଷପ ନେଇ ସାମ୍ବିଧାନିକ ନ୍ୟାୟ ପାଇବା ପାଇଁ ଦାବି ହୋଇଥିଲା  ! 
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ଯୋତାମାଡ଼ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଦେଶ ଦ୍ରୋହି ମାମଲା ରୁଜୁ କରାଯାଉ ଏହି ଦୃଢ଼ ଦାବି ରହିଥିଲା !
ଦେଶବ୍ୟାପି ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ,ସମ୍ବିଧାନର ସୁରକ୍ଷା ନିମନ୍ତେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି , ପଛୁଆ ବର୍ଗ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଉପରେ ହେଉଥିବା  ସାମାଜିକ, ରାଜନୈତିକ , ଅର୍ଥନୈତିକ ଓ ଧର୍ମ ନୈତିକ,ସାମ୍ପ୍ରଦାୟିକ ଅନ୍ୟାୟ ଓ ଅତ୍ୟାଚାରକୁ ତୁରନ୍ତ ବନ୍ଧ କରିବା, ନାରୀ ନିର୍ଯାତନା ବନ୍ଧ କରିବା ନିମନ୍ତେ ଦାବି କରାଯାଇଥିଲା ।କନ୍ଧମାଳର ପ୍ରତ୍ୟେକ ଗ୍ରାମାଞ୍ଚଳରେ ମନୁବାଦି ମାନଙ୍କ ଭିତ୍ତିହୀନ ପ୍ରଚାର ଓ ପ୍ରସାର କରି ନିରୀହ ଲୋକମାନଙ୍କୁ ଅନ୍ଧଭକ୍ତରୁ ରୋକିବା ନିମନ୍ତେ ସ୍ଵରତ୍ତାଳନ କରାଯାଇଥିଲା  ! କନ୍ଧମାଳ ଜିଲ୍ଲାର ମିଳିତ ମଞ୍ଚ ସହିତ ଡଃ ଆମ୍ବେଦକର ସ୍ମୁତି କମିଟି,, ଡଃ ଆମ୍ବେଦକର ସ୍ମତି ସଂଗଠ

ନ, ଜିଲ୍ଲାର ପ୍ରତ୍ୟେକ ବ୍ଲକର ଆମ୍ବେଦକର ସେବା ସମିତି , କୁଇସମାଜ ସମନୟ ସମିତି, ପାଣ ସମାଜ କଲ୍ୟାଣ କମିଟି କନ୍ଧମାଳ , ଦଳିତ ଏରିଆ ସଂଘର୍ଷ ସମିତି, ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା କନ୍ଧମାଳ ଶାଖା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍ ମୋର୍ଚ୍ଚା କନ୍ଧମାଳ ଶାଖା ,ଓ ରାଷ୍ଟ୍ରୀୟ ପଛୁଆ ବର୍ଗ କନ୍ଧମାଳ ଶାଖାର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

ଏହି ମହତ୍ୱ କାର୍ଯ୍ୟରେ ଆଦିବାସୀ ଏକତା ପରିଷଦର ରାଜ୍ୟ ସଭାପତି ଦୟାନିଧି  ମଲ୍ଲିକ, ମିଳିତ ମଞ୍ଚର ଉପଦେଷ୍ଟା ସମୋନାଥ ବାଘ, କାର୍ଯ୍ୟକାରୀ ସଭାପତି  ମହେନ୍ଦ୍ର ଦିଗାଲ,କୋଷାଧକ୍ଷ ତ୍ରିନାଥ ମାଝୀ, ସମ୍ପାଦକ  ଉଦ୍ଧବ ଚନ୍ଦ୍ର ଦିଗାଲ, ଶ୍ରମିକ ସଙ୍ଘ ଜିଲ୍ଲା ସଭାପତି ଘନ କୁମାର ଶବର, ଯୁଧିଷ୍ଠିର  ସାହୁ,, ଅଚ୍ୟୁତାନନ୍ଦ ସେଠି,ଦିବାକର ଦିଗାଲ, ଅନାମ ନାୟକ, ଚନ୍ଦ୍ର ଶେଖର ପରିଡ଼ା, ସଞ୍ଜୟ କହଁର, ହେମନ୍ତ କହଁର, ଗୀତାଞ୍ଜଳି କହଁର  ଏହିପରି ଅନେକ ଲୋକ ଏହି କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ ।
ସରକାର ଯଦି ମିଳିତ ମଞ୍ଚ ଦେଇଥିବା ଦାବି ଗୁଡ଼ିକ ପୁରଣ ନ କରନ୍ତି ଓ ଅନୁସୂଚିତ ଜାତି ,ଅନୁସୂଚିତ ଜନଜାତି  ପଛୁଆ  ବର୍ଗ ମାଇନରୋଟି ସମ୍ପ୍ରଦାୟ ବିରୁଦ୍ଧରେ ଯଦି  ମନୁବାଦି ମାନେ ପୂର୍ବପରି ପ୍ରତାରଣା କରନ୍ତି ତାହାହେଲେ  ରାଜରାସ୍ତାକୁ ଉଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ସଭାପତି ଶ୍ରୀ ସମିର୍ ଘଟାଲ୍ ଦୃଢ଼ ସ୍ୱରରେ କହିଛନ୍ତି !

What's Your Reaction?

like

dislike

love

funny

angry

sad

wow

SUJAYA EDITOR