ଜିଲ୍ଲା କିନ୍ନର ସଂଘର ଵଦାନ୍ୟତା |କାଳୀପୂଜା ପାଇଁ ଆର୍ଥିକ ସହାୟତା ପ୍ରଦାନ ।

Oct 25, 2025 - 16:32
 0  99
ଜିଲ୍ଲା କିନ୍ନର ସଂଘର ଵଦାନ୍ୟତା |କାଳୀପୂଜା ପାଇଁ ଆର୍ଥିକ ସହାୟତା ପ୍ରଦାନ ।

ଉମରକୋଟ,୨୫l୧୦ (ଷ୍ଟାର ନିୟୁଜ ଓଡିଶା ):ଆଜିର ଏହି ସ୍ୱାର୍ଥପର ସମାଜରେ ସମସ୍ତେ ଯେ ଯା ସ୍ୱାର୍ଥରେ ବ୍ୟସ୍ତ |ଏପରିକି ନିଜ ଆତ୍ମୀୟ ଲୋକଙ୍କୁ ମଧ୍ୟ ସାହାଯ୍ୟର ହାତ ବଢ଼େଇବା କୁଣ୍ଠାବୋଧ କରୁଛନ୍ତି |ଏପରି ସମୟରେ ବିଭିନ୍ନ ପୂଜା କମିଟିକୁ ପୂଜା ପାଇଁ ଅନୁଦାନ ଦେଇ ଚର୍ଚ୍ଚାରେ ଜିଲ୍ଲା କିନ୍ନର ସଙ୍ଘ |କିଛି ଦିନ ଆଗରୁ ନବରଙ୍ଗପୁର ଜିଲ୍ଲାର ସ୍ଥାନେ ସ୍ଥାନେ ଦୁର୍ଗାପୂଜାର ଆୟୋଜନ ହୋଇଥିଲା ବେଳେ ଜିଲ୍ଲା କିନ୍ନର ସଙ୍ଘ ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ପହଂଚି ପୂଜା କମିଟିର କର୍ମକର୍ତା ମାନଙ୍କୁ ଅନୁଦାନ ରାଶି ସବୁ ପ୍ରଦାନ କରିଥିବା ବେଳେ ବର୍ତମାନ ମଧ୍ୟ ଉମରକୋଟ ଅଂଚଳରେ ଚାଲିଥିବା ୟୁ ଭି 25 ଓ ଡିଏନକେ ର କାଳୀବାଡ଼ିରେ ଚାଲିଥିବା କାଳୀପୂଜାର ପୂଜା କମିଟିର କର୍ମକର୍ତା ମାନଙ୍କୁ ସାକ୍ଷାତ କରି ଅନୁଦାନ ରାଶି ପ୍ରଦାନ କରିଥିଲେ |ଏହି ସମୟରେ କିନ୍ନର ସଂଘର ସଭାପତି କାଜଲ, ସମ୍ପାଦକ ଚୁମକି, ସହ ସମ୍ପାଦକ ପ୍ରୀତି,ସୁର୍ତ୍ତି,ଅନିତା, ତନୁଜା,ବର୍ଷା, ରାଧା,ବଇଦୀ, ଶିବାନୀ,କବିତା, ତୁଳସୀ,ଇସ୍ପିତା ପ୍ରମୁଖ ଉପସ୍ଥିତ ରହିଥିଲେ |କିନ୍ନର ସଙ୍ଘର ଏଭଳି ଵଦାନ୍ୟତା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR