ଫୁଫୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ କଲା ଜିଲ୍ଲା ଶିକ୍ଷା ବିଭାଗ ।

Oct 24, 2025 - 19:52
 0  111
ଫୁଫୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ କଲା ଜିଲ୍ଲା ଶିକ୍ଷା ବିଭାଗ ।

ଝରିଗାଁ,୨୪l୧୦ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଫୁଫୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ବିଭିନ୍ନ ଅଭିଯୋଗ ଆଣିଥିଲେ |ଯାହାକି ବିଭିନ୍ନ ଗଣମାଧ୍ୟମରେ ଏହି ଖବର ଟି ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି |ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଓ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଆଜି ଫୁଫୁଗାଁ ଉଚ୍ଚ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ କରିଥିବା ଦେଖିବାକୁ ମିଳିଛି |

ପ୍ରକାଶ ଥାଉକି, ଚଳିତ ମାସର 22ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ବିଭିନ୍ନ ଖବର କାଗଜରେ ଖବରଟି ପ୍ରକାଶ ପାଇଥିଲା |ଯେଉଁଠିରେ ମଧ୍ୟାହ୍ନ ଭୋଜନ ଠିକ ଭାବେ ନଦେବା, ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ମାନଙ୍କୁ ଦେବା ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଠିକ ରେ ଖାଇବାକୁ ନଦେବା,+2ରେ ନୂତନ ଭାବେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ମାନଙ୍କ ଠାରୁ ଧାର୍ଯ୍ୟ ଦେୟ ଠାରୁ ଅଧିକ ଦେୟ ଆଦାୟ କରିବା ଭଳି ଅନେକ ଅଭିଯୋଗ ସବୁ ଗ୍ରାମବାସୀ ଆଣିଥିଲେ |ଏହି ଖବରଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ସୋସିଆଲ ମିଡ଼ିଆ ଘୁରିବୁଲିବା ପରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ତତ୍ପରତା ଦେଖାଇ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି |ଏହି ତଦନ୍ତ ସମୟ ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଭୟ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭେଟି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯିବା ଓ ଅନ୍ୟାନ୍ୟ ସମସ୍ୟା ସବୁ ବିଷୟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି |ତେବେ ଏହି ସ୍କୁଲର ଉନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କ ସୁବ୍ୟବସ୍ଥା ପାଇଁ ଶିକ୍ଷା ବିଭାଗ କଣ ସବୁ ପଦକ୍ଷେପ ନେଉଛି ତାହା ବର୍ତମାନ ଦେଖିବାକୁ ବାକି ରହିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR