ଫେରୁଥିବାବେଳେ ଦୁର୍ଘଟଣା ୬ ଆହତ ।

Oct 24, 2025 - 19:07
0 88
ଫେରୁଥିବାବେଳେ ଦୁର୍ଘଟଣା ୬ ଆହତ ।

ଝରିଗାଁ,୨୪l୧୦(ଷ୍ଟାର ନିୟୁଜ ଓଡିଶା): ଝରିଗାଁ ବ୍ଲକ ଅନ୍ତର୍ଗତ ଥାଟବେଡା ଗ୍ରାମର ଗୋଟିଏ ପରିବାର କୌଣସି କାମରେ ଚନ୍ଦାହାଣ୍ଡି ଅଞ୍ଚଳକୁ ଯାଇ ଝରିଗାଁ ଅଭିମୁଖେ ଫେରୁଥିବା ସମୟରେ ବତାଝର ଗାଁ ନିକଟରେ ଇକୋ ଭ୍ୟାନ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୬ ଜଣ ଆଘାତ ହୋଇଥିଲେ । ଘଟଣା ସ୍ଥଳରେ ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ପରିବାର ଘରମଣୀ ମାଝୀଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User