ଶେଷରେ ହାର ମାନିଲେ ନେତା ଓ ପ୍ରଶାସନ 10 ଦିନ ପରେ ଆଶା ମାନଙ୍କ ଧାରଣା ସ୍ଥଗିତ ।
ନବରଙ୍ଗପୁର,୨୪l୧୦(ଷ୍ଟାର ନିୟୁଜ ଓଡିଶା): ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ନବରଙ୍ଗପୁର ଜିଲା ତରଫରୁ ଗତ ତା ୧୩.୧୦.୨୦୨୫ରିଖରୁ କାର୍ଯ୍ୟବନ୍ଦଆନ୍ଦୋଳନ ସହ ୧୪ରୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଦିଆଯାଇ ଥିଲା । ତେବେ ଦୀର୍ଘ ୧୦ଦିନ ପରେ ଆଜି ଜିଲ୍ଲାପାଳଙ୍କର କାର୍ଯ୍ୟ।ଳୟ ରେ ଜିଲ୍ଲାପାଳ ଡ଼. ମହେଶ୍ଵର ସ୍ଵାଇଁ ଙ୍କର ସହ ସଂଘର କାର୍ଯ୍ୟକର୍ତ୍ତା ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ଜିଲ୍ଲା ପାଳ ଡ. ସ୍ଵାଇଁ ଉମର କୋଟ ଆଶାକର୍ମୀଙ୍କର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି କହିଥିଲେ । ଏସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହାର ରାଜ୍ୟସ୍ତରୀୟ କମିଟି ଦ୍ଵାରା ତଦନ୍ତ ହେବ ବୋଲି କହିଥିଲେ । ସଂଘର ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ପ୍ରଥମ ପଦକ୍ଷେପ ସ୍ୱରୂପ ଉମରକୋଟର ଡାକ୍ତରଖାନାର ଡାକ୍ତର ସାଗରୀକା ସ୍ଵାଇଁ ଙ୍କୁ ତାଙ୍କୁ ବଦଳି କରି ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃନିଯୁକ୍ତି ଦିଆଯାଇଛି । ସେ ପୂର୍ବରୁ ଡ଼େପୁଟେସନରେ ଉମରକୋଟ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ । ଏହି ଡ଼େପୁଟେସନକୁ ବାତିଲ କରାଯାଇଛି ବୋଲି ଜିଲ୍ଲା ପାଳ କହିଥିଲେ । ସଂଘର ଅନ୍ୟାନ୍ୟ ଦାବି ପୂରଣ କରାଯିବ ବୋଲି କହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଏଣିକି ଜିଲ୍ଲା ପ୍ରଶାସନ ସବୁବେଳେ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । କୌଣସି ଅସୁବିଧା ହେଲେ ସିଧାସଳଖ ତାଙ୍କୁ ଭେଟି ଆଲୋଚନା କରିବାକୁ କହିଥିଲେ ।ସୂଚନାଯୋଗ୍ୟଯେ,ଗତ ୩୦.୦୮.୨୦୨୫ରିଖରେ ଘଟିଥିବା ଉମର କୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡlକ୍ତର ସଗରିକା ସ୍ୱାଇଁଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫେର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇ ଥିଲା । ଏହାକୁ ନେଇଗତ ତା୦୧.୦୯. ୨୦୨୫ରିଖ ସମୋବାର ଦିନ ଉମରକୋଟ ସ୍ଵାସ୍ଥ୍ୟକେନ୍ଦ୍ର ଛକରେ ଦମୟନ୍ତି ଭତରାଙ୍କ ଶବକୁ ରଖି ଆନ୍ଦୋଳନ କରାଯାଇ ଥିଲା। ସେହି ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହି ଅଧିକାରୀ ଓ ଅତିରିକ୍ତ ତହସିଲଦାର ଆସି ଲିଖିତ ଆକରରେ ୦୮.୦୯.୨୦୨୫ରିଖ ସୁଧା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବାରୁତା୦୩.୦୯.୨୦୨୫ରିଖରେ ଜିଲା ଆଶାକର୍ମୀ ସଂଘ ତରଫରୁ ନବରଙ୍ଗପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ତା୧୨.୦୯.୨୦୨୫ରିଖରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଗଲା। ତା୦୫.୧୦.୨୦୨୫ରିଖ ସୁଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ମୌଖିକ ଭାବେ କୁହାଯାଇଥିଲାତା୦୫.୧୦.୨୦୨୫ରିଖ ସୁଧା ଜିଲା ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡକ୍ତର ଶାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନ ନେବା ଯୋଗୁଁ ଆସନ୍ତା ତା୧୩.୧୦.୨୦୨୫ରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇ ତା୧୪-୧୦-୨୦୨୫ରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀ ସଂଘ ତରଫରୁ ଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଧାରଣାର ମୁଖ୍ୟଦାବି ଗୁଡିକ ଯଥା,ଉମରକୋଟ ବ୍ଲକ, ବଡଦାସୀନି ଗ୍ରାମର ଆଶାକର୍ମୀଦମୟନ୍ତି ଭତରା । ଓ ଗର୍ଭରେ ଥିବା ଶିଶୁଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଡ।କ୍ତର ସାଗରିକା ସ୍ବାଇଁଙ୍କୁ ଚାକିରୀରୁ ନିଲମ୍ବନ କରାଯାଇ ଗିରଫ କରାଯାଉ। ନବରଙ୍ଗପୁର ଜିଲାର ଆଶାକର୍ମୀମାନଙ୍କ ଡାକ୍ତର କରାଯାଉଛି ତାହା ବନ୍ଦ କରାଯାଉ,ନବରଙ୍ଗପୁର ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହ ତିଆରି କରାଯାଉ, ନବରଙ୍ଗପୁର ଜିଲାର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଦିଆଯାଉ,ନବରଙ୍ଗପୁର ଜିଲାର ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ମନା କରାଯାଉଛି ତାହା ଲେବର ରୁମକୁ ଯିବାକୁ ଅନୁମତି ଦିଆଯାଉ କାରଣ ଆଶା ଫର୍ମଫିଲପରେ ସୁବିଧା ହେବ, ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ରୁପେ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ୨୪ ହଜାର ଟଙ୍କା ବେତନ ଦିଆଯାଉ, ଆଶାକର୍ମୀମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ଓ ସ୍ବାଭବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ଦିଅଯାଉ, ଆଶାକର୍ମୀ ମାନଙ୍କୁ ଅବସରକାଳିନ ସହାୟତାରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ବାବଦକୁ ପାଞ୍ଚ ହଜାର ଟଙ୍କା ଦିଆଯାଉ ବୋଲିଥିବା ଦାବି ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଜିଲା ପ୍ରଶାସନ ଦ୍ଵାରା ଯେଉଁ ଦାବି ଜିଲାସ୍ତରରେ ପୂରଣ ହେବ ତାହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରାଯିବ ଓ ଅନ୍ୟାନ୍ୟ ଦାବି ସଂପର୍କରେ ରାଜ୍ୟ ସରକାରଙ୍କର ନିକଟକୁ ପଠାଯିବ ବୋଲି କହିଥିଲେ । ଏହି ଆଲୋଚନାରେ ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଭାରତୀୟ ମଜଦୁର ସଂଘର ଜିଲା ଉପଦେଷ୍ଠା ପରମେଶ୍ଵର ବିଷୋୟୀ, ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଜିଲା ଆଶାକର୍ମୀ ସଂଘର ସଭାନେତ୍ରୀ କବିତା ସ୍ଵାଇଁ, ଜିଲା ସମ୍ପାଦିକା ଗୀତାଞ୍ଜଳି ହରିଜନ ଙ୍କର ସମେତ ଜିଲାସ୍ତରୀୟ ଓ ବ୍ଳକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?