ଜିଲ୍ଳାପାଳ ଙ୍କ ଦ୍ୱାରସ୍ତ ହେଲେ ଓଡିଶା ପାଚିକା ସହାୟିକା ମଜଦୂର ସଙ୍ଘ ର ମାଧ୍ୟାନ୍ନ ଭୋଜନ କାର୍ଯ୍ୟରତ କର୍ମଚାରି

ଭବାନୀପାଟଣା ତା.୧/୭.(ଷ୍ଟାରନିୟୁଜ ଓଡିଶା)
ପ୍ରଧାନ ମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ କର୍ମଚାରୀ ଦୀର୍ଘଦିନ ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଗୁହାରି ଆସୁଛନ୍ତି କିନ୍ତୁ ପୂର୍ବତନ ସରକାର ମଧ୍ୟ କୌଣସି ସମସ୍ୟାର ସମାଧାନ କରିନଥିଲେ ଓ ବର୍ତ୍ତମାନ ବିଜେପି ସରକାରଙ୍କୁ ମଧ୍ୟ୍ୟ ବାରମ୍ବାର ଦାବି କରିବା ସତ୍ୱେ କୌଣସି ସମାଧାନ ହୋଇନାହିଁ | ଏଣୁ କଳାହାଣ୍ଡିର ସମସ୍ତ ବ୍ଲକ ଏବଂ ପଂଚାୟତ ରୁ ମଧ୍ୟାହ୍ନ ଭୋଜନ କର୍ମଚାରି ମାନେ ବାଲାଜୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି କଳାହାଣ୍ଡି ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ଠାରେ 9 (ନଅ) ଗୋଟି ପ୍ରମୁଖ ଦାବିର ଦାବିପାତ୍ର ପ୍ରଦାନ କରିଥିଲେ | ଏଥିରେ ଜିଲ୍ଳା ପାଚିକା ସହାୟକ ମଜଦୁର ସଙ୍ଘର ସଭାପତି/ ସଭାନେତ୍ରୀ ତପସ୍ୱିନୀ ମହାରଣା, ଜିଲ୍ଳା ସମ୍ପାଦିକା ବିମଳା ଗଉଡ଼,ଜିଲ୍ଲା କୋଷାଧ୍ଯକ୍ଷ ମମତା ଗହୀର ଜିଲ୍ଳା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ସହଯୋଗୀ ସନ୍ୟାସୀ ପ୍ରଧାନ, ସନ୍ତୋଷୀ ନାଏକ, ପଙ୍କଜିନୀ ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ | ଗତ ଏପ୍ରିଲ 12 ଓ 13 ତାରିଖ ରେ ମଧ୍ୟାହ୍ନ ଭୋଜନ କର୍ମଚାରି ମହାସଂଘ ଦୁଇ ଦିନିଆଁ ପ୍ରଥମ ତ୍ରୟୋବାର୍ଷିକ ସମ୍ମିଳନୀ ଅହମଦାବାଦ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀ ରେ 12 ଟି ରାଜ୍ୟର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ, 9 ଦଫା ଦାବିରେ ମଧ୍ୟାହ୍ନ ଭୋଜନର ରୋଷେୟାଙ୍କୁ ମାସିକ ସର୍ବନିମ୍ନ 10, 000 ହଜାର ଟଙ୍କା ମାନଦେୟ ପ୍ରଦାନ କରାଯିବା,
ଆଶା ଓ ଅଙ୍ଗନବାଡି ଭଳି ଅନ୍ୟାନ୍ୟ କର୍ମଚାରିଙ୍କ ପରି ମାଗଣା ବୀମା ଯୋଜନା ପ୍ରଦାନ କରାଯାଉ |
ଏହିପରି ନଅ ଗୋଟି ପ୍ରମୁଖ ଦାବି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଅଛି |
ରିପୋର୍ଟ - ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
ପ୍ଲେସ - କଳାହାଣ୍ଡି
What's Your Reaction?






