ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଟିତ।

Sep 7, 2025 - 18:54
 0  17
ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ  ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଟିତ।

ଝରିଗାଁ,୭l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ-ଆମ ଓଡ଼ିଶା ତରଫରୁ ଚିତ୍ରଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ହସ୍ତାକ୍ଷର ପ୍ରତିଯୋଗିତାରେ ୧୨୦ ଜଣ ଛାତ୍ରଛାତ୍ରୀ,ଭାଷାଜ୍ଞାନ ପ୍ରତିଯୋଗିତାରେ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ଚିତ୍ରାଙ୍କନ ପରୀକ୍ଷାରେ ପରିକ୍ଷକ ଭାବେ ବିଭୁ ପ୍ରସାଦ ତ୍ରିପାଠୀ,ପଦାରବିନ୍ଦ ମହାଳିକ, ସୁରେନ୍ଦ୍ର ସାହୁ, ମୁରଲୀଧର ନାୟକ,ଉର୍ମିଳା ସାହୁ, ସନ୍ତୋଷ ସାହୁ, ବିନୋଦ ପଟ୍ଟନାୟକ, ପ୍ରମୁଖ ଦାଇତ୍ୱ ତୁଲାଇଥିବା ବେଳେ ହସ୍ତାକ୍ଷର ପରୀକ୍ଷାରେ ଦୀନବନ୍ଧୁ ନାୟକ,ଗଜେନ୍ଦ୍ର ପ୍ରସାଦ ମଲ୍ଲିକ, ଗୌରାଙ୍ଗ ପାତ୍ର, ଦେଵବ୍ରତ ପ୍ରଧାନ,ହରମୋହନ ନାୟକ ପ୍ରମୁଖ ଦାଇତ୍ୱ ତୁଲାଇଥିଲେ।ସେହିପରି ପ୍ରବନ୍ଧ ଭାଷାଜ୍ଞାନ ପରୀକ୍ଷାରେ କ୍ଷମା ହରିଜନ,ଗୋକୁଳ ହରିଜନ,ଶ୍ରୀପତି ଛତ୍ରିୟା, ସଂଗ୍ରାମ କେଶରୀ ବଡ଼ଜେନା,ଗଙ୍ଗାଧର ପାଳ ପ୍ରମୁଖ ଦାଇତ୍ୱ ତୁଲାଇଥିଲେ।ସେହିପରି ପ୍ରଶ୍ନପତ୍ର ନିରୀକ୍ଷକ ଭାବେ ବିରେନ୍ଦ୍ର ପାଢ଼ୀ, ରାମଚନ୍ଦ୍ର ନନ୍ଦ, ଅରୁଣ କୁମାର ବଳ, ବ୍ରଜ କିଶୋର ଦଳେଇ,ଦିନ ବନ୍ଧୁ ଶବର, ତରୁଣ କାନ୍ତି ନାୟକ,ବରୁଣ କୁମାର ମାଝୀ, ଭାରତୀ ସେନ,ଦେବ ବ୍ରତ ପ୍ରଧାନ,ଦୀପାଞ୍ଜଳୀ ବେହେରା ପ୍ରମୁଖ ଦାଇତ୍ୱ ତୁଲାଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଁ ମା ଗାୟତ୍ରୀ ବିଦ୍ୟାପୀଠର ଚତୁର୍ଥ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ରିୟାଂଶି ଦାସ ଦ୍ୱତୀୟ ଏବଂ ପଞ୍ଚମ ଶ୍ରେଣୀର ଛାତ୍ର ଆଦିତ୍ୟ ପ୍ରସାଦ ନାହାକ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ହସ୍ତାକ୍ଷର ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଦୀପ୍ତିମୟୀ ବେହେରା ପ୍ରଥମ ସ୍ଥାନ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ପୂଜା ଗୌଡ଼ ଦ୍ଵତୀୟ ସ୍ଥାନ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଜସବନ୍ତି ପୂଜାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଓଡ଼ିଆ ଭାଷାଜ୍ଞାନ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦୀପାଞ୍ଜଳୀ ଠାକୁର ପ୍ରଥମ ସ୍ଥାନ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସ୍ୱାତୀ ଗୌଡ଼ ଦ୍ୱିତୀୟ ସ୍ଥାନ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଅନୁଶ୍ରୀ ପନକା ତୃତୀୟ ସ୍ଥାନ ଅଧିକାର କରିଥିଲେ।ଶେଷରେ ଝରିଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଅରୁଣ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ସମ୍ବାଦ ସାହିତ୍ୟ ଘର ସଭାପତି ବିରେନ୍ଦ୍ର କୁମାର ପାଢୀ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ନନ୍ଦ,ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରୋହିଣି ତପସ୍ପିନି ହଜାରେ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ସତ୍ୟବ୍ରତ ସ୍ୱାଇଁ,ରଶ୍ମି ରଞ୍ଜନ ପାଣ୍ଡେ, ଭାନୁ ଦେବ ହରିଜନ,ଲିଜା ବିଶୋଇ, ଝରଣା ନାୟକ,ଆନନ୍ଦ ଖୁଣ୍ଟିଆ,ହରପ୍ରିୟା ପଟ୍ଟନାୟକ,ରୂପାଲି ପାତ୍ର,ବିଜୟା ଦେବି,ସଭ୍ୟସାଚୀ ଭରତିଆ, ଜୟ ଗୌଡ଼ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ବିପିନ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow