ପାଲିଆ, ପୂର୍ବତନ ସରପଞ୍ଚଙ୍କ ପରଲୋକ ।

Sep 7, 2025 - 18:51
Sep 7, 2025 - 18:56
 0  44
ପାଲିଆ, ପୂର୍ବତନ ସରପଞ୍ଚଙ୍କ ପରଲୋକ ।

ଝରିଗାଁ,୭l୯ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଚୈତନ୍ୟ ପୂଜାରୀଙ୍କ ଗତକାଲି ଅପରାହ୍ନ 1:30 ଘଂଟିକା ସମୟରେ ପରଲୋକ ହୋଇଥିବା ସୂଚନା ମିଳିଛି |ସ୍ବର୍ଗତ ଚୈତନ୍ୟ ପୂଜାରୀ ଜଣେ ରାଜନୀତିଜ୍ଞ, ସମାଜସେବୀ, ପରୋପକାରୀ, ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ |ତାଙ୍କର ଦେହାନ୍ତ ଖବର ପାଲିଆ ପଂଚାୟତବାସୀ ମର୍ମାହତ କରିଦେଇଛି |ସେ 1997ମସିହା ରୁ 2002 ମସିହା ପର୍ଯ୍ୟନ୍ତ ପାଲିଆ ପଂଚାୟତର ସରପଞ୍ଚ ଭାବେ କାର୍ଯ୍ୟ ତୁଲେଇ ବେସ ପ୍ରଶଂସା ସାଉଁଟିଥିଲେ |ତାଙ୍କ ପରେ ତାଙ୍କ ଧର୍ମପତ୍ନୀ ମଙ୍ଗରୀ ପୂଜାରୀ ମଧ୍ୟ ପାଲିଆ ପଂଚାୟତର ସରପଞ୍ଚ ହୋଇ 2002ମସିହାରୁ 2007ମସିହା ପର୍ଯ୍ୟନ୍ତ ପଂଚାୟତର କାର୍ଯ୍ୟଭାର ସୁଚାରୁ ରୂପେ ତୁଲେଇଥିଲେ |ପାଞ୍ଚ ବର୍ଷ ପୂର୍ବେ ସେ ଏକ ଅଜଣା ରୋଗରେ ପଡ଼ିବା ପରେ ସେବେଠାରୁ ଦୃଷ୍ଟି ଶକ୍ତି ହରେଇ ବସି ଅଧିକାଂଶ ସମୟ ଘରେ ହିଁ ରହୁଥିଲେ |ନୁଆଁଖାଇ ଦିନ ଠାରୁ ସେ ଜ୍ଵରରେ ପୀଡିତ ଥିଲେ ଓ ଗତକାଲି ଅପରାହ୍ନ 1:30ଘଂଟିକା ସମୟରେ ହଠାତ ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ |ତାଙ୍କର ଦେହାନ୍ତ ଖବର ଅଞ୍ଚଳରେ ବ୍ୟାପିଯିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |ସମସ୍ତ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଗାଁ ମସାଣିରେ ସ୍ବର୍ଗତ ଚୈତନ୍ୟ ପୂଜାରୀଙ୍କ ଅନ୍ତିମ ସତ୍କାର ହୋଇଥିବା ସୂଚନା ମିଳିଛି |ସେ ଜଣେ କଂଗ୍ରେସ ଦଳର ବରିଷ୍ଠ କର୍ମୀ ହୋଇଥିବାରୁ କଂଗ୍ରେସ କର୍ମକର୍ତା ମାନଙ୍କ ମଧ୍ୟରେ ମହାଦେବ ମାଝୀ, ଚୈତନ୍ୟ ଗଣ୍ଡା, ଝାପି ସାନ୍ତା, ଲାଳଧର ସାନ୍ତା,ସତୀର ଜାନି, ଦଶମୁ ହରିଜନ, ନର କଂସାରୀ, ପବିତ୍ର ସାନ୍ତା, ରମେଶ ହରିଜନ, ପଦଲାମ ହରିଜନ, ଧନସାୟ ହରିଜନ, ସନାସିଂ ହରିଜନ, ସୂର୍ଯ୍ୟ ଗୌଡ଼, ପୂର୍ବତନ ସରପଞ୍ଚ ନୀଳାମ୍ବର ସାନ୍ତା, ସରପଞ୍ଚ ରାଧା ସାନ୍ତା, ନାଏବ ସରପଞ୍ଚ ଶୁକଦେବ ସାନ୍ତା, କମଳସାଇ ମାଝୀ ପଂଚାୟତ ର ସମସ୍ତ କଂଗ୍ରେସ କର୍ମୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow