ଦକ୍ଷିଣାଞ୍ଚଳ ଜିଲ୍ଲା ସୁଦକୁଳ ସମାଜ ର ନିର୍ବାଚନୀ ସମୀକ୍ଷା ଓ ସଚେତନତା ବୈଠକ ଅନୁଷ୍ଠିତ l

ଫିରିଙ୍ଗିଆ, ୧୨l୬(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ର ଗାମ୍ବେରି ଗୁଡ଼ା ଗାଁ ମାଁ ବରାଳ ଦେବୀ ଙ୍କ ପୀଠ ପରିସରରେ ଦକ୍ଷିଣାଞ୍ଚଳ ଜିଲ୍ଲା ସୁଦ କୁଳ ସମାଜର ନିର୍ବାଚନୀ ସମୀକ୍ଷା ଏବଂ ସମାଜରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି l ସୁଦ କୁଳ ର ଦକ୍ଷିଣାଞ୍ଚଳ ଜିଲ୍ଲା ନିର୍ବାଚନ ଅଧିକାରୀ ଉତ୍ତମ ଖମାରି ଙ୍କ ଅଧ୍ୟକ୍ଷତା ଏବଂ ପଞ୍ଚାକୋଶ କେନ୍ଦ୍ର ନବ ନିର୍ବାଚିତ ସଭାପତି କୃପାସିନ୍ଧୁ ବିଶୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରାଦେଶିକ ବୋର୍ଡ଼ ସଭାପତି ଶ୍ରୀନିବାଶ ବିଶୋଇ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ଥରରେ ନିର୍ବାଚିତ ଜିଲ୍ଲା ବୋର୍ଡ଼ ସଭାପତି ବିରାଟ ବିଶୋଇ, ବାର କୋଶ କେନ୍ଦ୍ର ସଭାପତି ସମୀର ବିଶୋଇ, ହଦ ଗଡ଼ କେନ୍ଦ୍ର ସଭାପତି ଗୋବିନ୍ଦ ଅମାତ୍ୟ ନଶ ଘର କେନ୍ଦ୍ର ଵାଣିଗୋଚ୍ଛା ସଭାପତି ଧୂବେଇ ଭୁକ୍ତା, ଚଉଦ କୋଶ କେନ୍ଦ୍ର ସଭାପତି ଅରୁଣ ନାୟକ ଙ୍କ ସହ ଜିଲ୍ଲା ବୋର୍ଡ଼ ଏବଂ ପାଞ୍ଚଟି କେନ୍ଦ୍ର ର ୧ ସହ ରୁ ଅଧିକ ବିଭିନ୍ନ ପଦବୀରେ ନୂତନ ନିର୍ବାଚିତ କର୍ମକର୍ତ୍ତା ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ପ୍ରାଦେଶିକ ବୋର୍ଡ଼ ସଭାପତି ଶ୍ରୀନିବାଶ ବିଶୋଇ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ସହ ସମାଜରେ ଚଳଣି ଶିକ୍ଷା ଓ ନିଶା ନିବାରଣ ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ l ଦକ୍ଷିଣାଞ୍ଚଳ ଜିଲ୍ଲା ନିର୍ବାଚନ ଅଧିକାରୀ ଉତ୍ତମ ଖମାରି ନୂତନ ଭାବରେ ନିର୍ବାଚିତ କେନ୍ଦ୍ର କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ସମୀକ୍ଷକ, ଜିଲ୍ଲା ବୋର୍ଡ଼ ସଦସ୍ୟ ମାନଙ୍କୁ ଆଗାମୀ ୫ ବର୍ଷ ପାଇଁ ସମାଜରେ ନିଜ ଦାୟିତ୍ୱ କୁ ସୁଚାରୁ ରୂପେ ପରିଚାଳନା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଓ ଉପଦେଷ୍ଟା ଏବଂ ଗ୍ରାମ ସଭାପତି ଙ୍କୁ କେନ୍ଦ୍ର ସ୍ଥରରେ ନିଯୁକ୍ତି ପତ୍ର ପ୍ରଦାନ ପାଇଁ ସମସ୍ତ ସଭାପତି ଙ୍କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ପଞ୍ଚାକୋଶ କେନ୍ଦ୍ର ର ୬ ଖଣ୍ଡ ମୌଜା ସଖିପଡ଼ା, ନୁଆଁ ପଡ଼ା, ତଣ୍ଡ୍ରି ଗାଁ, ଫିରିଙ୍ଗିଆ, ଡିଣ୍ଡିରା ଗାଁ, ଗାମ୍ବେରି ଗୁଡ଼ା ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଁ କାର୍ଯ୍ୟ କରୁଥିବା ବେଳେ ମୌଜା ସଭାପତି ଜ୍ଞାନ ରଞ୍ଜନ ବିଶୋଇ, ଉପ ସଭାପତି ଶଶୀ ବିଶୋଇ,ସମ୍ପାଦକ ବସନ୍ତ ଭୁକ୍ତା, କୋଷାଧକ୍ଷ ବାବୁନା ଖମାରି ଙ୍କ ସହ ୬ ଖଣ୍ଡ ମୌଜା ର ସମସ୍ତ ସ୍ୱଜାତି ମୌଜା ବାସୀ ସହଯୋଗ କରିଥିବା ବେଳେ ହଜାର ହଜାର ସୁଦ କୁଳ ର ସ୍ୱଜାତି ବୃନ୍ଦ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
What's Your Reaction?






