ଝରିଗାଁରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ।

Jun 12, 2025 - 21:02
0 134

ଝରିଗାଁ,୧୨l୬(ଷ୍ଟାର ନିୟୁଜ ଓଡିଶା) : ଆଜି ସାରା ରାଜ୍ୟରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇ ଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଏହି ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି |ଝରିଗାଁ ବିଡ଼ିଓ ମଧୁ ସୁଦନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି |ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ରମେଶ ହରିଜନ, ଏମ ପି ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ,ସି ଡ଼ି ପି ଓ ବିରାଜ ମହିନୀ ପାଙ୍ଗି, ସାମାଜିକ ସୁରକ୍ଷା ଅଧିକାରି ସୌରଭ କେତନ ବେହେରା , ଯୋଗାଣ ଅଧିକାରୀ ସଚିନ ମୟ ରଥ ଡବ୍ଲୁ ଇ ଓ ଅମିତ କୁମାର ନାୟକ, ଏ ପି ଓ ଦେବେନ୍ଦ୍ର ବେହେରା, ଝରୀଗାଁ ସରପଞ୍ଚ ଯୋଗେଶ ପୂଜାରୀ,ଫିରୋଜ ସୋଡ଼ଙ୍ଗୀ, ଗଣପତି ସାହୁ, ଗୋଜେନ୍ଦ୍ର ପାଣ୍ଡେ,ତଥା ସମସ୍ତ ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି |ଏହି ବିକାଶ ବାହନ ରଥ ବ୍ଲକର ବିଭିନ୍ନ ପଂଚାୟତ ପରିକ୍ରମା କରି ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ବିଭିନ୍ନ ଯୋଜନାରୁ ବାଦ ପଡ଼ିଥିବା ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଯୋଜନାରେ ସାମିଲ କରିବା ସହିତ ସମସ୍ତ ଜନସାଧାରଣଙ୍କୁ ଯୋଜନା ସବୁ ଉପରେ ପ୍ରାଞ୍ଜଳ ଭାବେ ବୁଝାଇବା ନେଇ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ |ଯେମିତିକି କୌଣସି ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ଓ ସରକାରଙ୍କ ସମସ୍ତ ଯୋଜନା ରେ ସାମିଲ ହୋଇ ଯୋଜନାର ଲାଭ ଉଠାନ୍ତୁ ଏହା ହିଁ ରହିଛି ସରକାରଙ୍କ ଲକ୍ଷ୍ୟ ଓ ଉଦେଶ୍ୟ |ପୂର୍ବ ସରକାର ସମୟରେ ଏହି ସବୁ ପଦକ୍ଷେପ ନିଆ ଯାଇନଥିବା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଅନେକ ଯୋଜନାରୁ ବଞ୍ଚିତ ଅଛନ୍ତି |ବିଜେପି ସରକାରଙ୍କ ଅମଳରେ ଏମିତି ଅନେକ ଜନ ହିତ ପାଇଁ ପଦକ୍ଷେପ ନିଆ ଯାଉଥିବାରୁ ସାଧାରଣରେ ଖୁସିର ମାହୋଲ ଦେଖିବାକୁ ମିଳୁଛି |ଏହି ପରିପ୍ରେକ୍ଷୀରେ ୪୧ ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ମଧ୍ୟ ବଣ୍ଟନ କରାଯାଇଛି |ବିକାଶ ବାହନ ରଥକୁ ପ୍ରତ୍ୟେକ ପଂଚାୟତରେ ସୂସ୍ୱାଗତ କରାଯିବା ସହିତ ପଂଚାୟତର ଜନସାଧାରଣ ସରକାରୀ ଯୋଜନାର ଲାଭ ଉଠେଇବେ ବୋଲି ପ୍ରଶାସନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User