ଅବକାରୀ ବିଭାଗ ପକ୍ଷରୁ ଚଢାଉ । ୧୭ କ୍ଵିଣ୍ଟାଲ ୨ କେ ଜି ମହୁଲ ଜବତ।

Aug 16, 2025 - 20:50
0 165
ଅବକାରୀ ବିଭାଗ ପକ୍ଷରୁ ଚଢାଉ । ୧୭ କ୍ଵିଣ୍ଟାଲ ୨ କେ ଜି ମହୁଲ ଜବତ।

ଝରିଗାଁ,୧୬l୮(ଷ୍ଟାର ନିୟୁଜ ଓଡିଶା) : ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ବ୍ଲକରେ ବିଭିନ୍ନ ସ୍ଥାନରେ ଚୋରା ମହୁଲ ବେପାର ଚାଲିଥିବା ବେଳେ ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାର ନୂତନ କଲ୍ୟାଣ ମଣ୍ଡପ ସମ୍ମୁଖ ସ୍ଥିତ ଦୋକାନ ଗୃହରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢାଉ କରି ୧୭ କ୍ଵିଣ୍ଟାଲ ୨ କେଜି ମହୁଲ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଅବକାରୀ ବିଭାଗ ଅଧିକାରୀ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ଅବକାରୀ ବିଭାଗ ଇନ୍ସପେକ୍ଟର ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ ଅବକାରୀ ଟିମ ଦୋକାନ ଗୃହରେ ପହଞ୍ଚି ଚଢାଉ କରି ମହୁଲ ଜବତ କରିଛି। ଏହି ମାମଲାରେ ମୋହନ ରାଓ ଙ୍କ ପୁଅ ଯୁବ ବ୍ୟବସାୟୀ ରବି ତେଜାଙ୍କୁ ଅଭିଯୁକ୍ତ ଭାବେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉ ବେଳେ ଅବକାରୀ ଟିମ୍ ମଧ୍ୟରେ କନେଷ୍ଟବଳ ସୁବାଷ ଗୌଡ଼,ଛତର ଗଣ୍ଡ, ଜୋଛନା ହରିଜନ, ଶୁକୁ ଦଳାଇ,ପ୍ରମୁଖ ସାମିଲ ହୋଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User