ଝରିଗାଁରେ 79ତମ ସ୍ୱାଧୀନତା ଦିବସ ପାଳିତ ।

Aug 15, 2025 - 21:05
 0  54
ଝରିଗାଁରେ 79ତମ ସ୍ୱାଧୀନତା ଦିବସ ପାଳିତ ।

ଝରିଗାଁ,୧୫l୮ (ଷ୍ଟାର ନିୟୁଜ ଓଡିଶା ): ଆଜି ଭାରତ ବର୍ଷର କୋଣେ ଅନୁକୋଣ 79ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଲେ ଝରିଗାଁ ବ୍ଲକ ସଦର ମହକୁମାର ବିଭିନ୍ନ ସରକାରୀ ଓ ଵେସରକାରୀ ଅନୁଷ୍ଠାନ ମାନଙ୍କରେ 79ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି |ଝରିଗାଁ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ନରସିଂହ ଭତରା ଯୋଗଦେଇ ପତାକା ଉତୋଳନ କରିଥିବା ବେଲେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁମନ୍ତ ପାତ୍ର ପତାକା ଉତୋଳନ କରିଛନ୍ତି |ସେହିଭଳି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ ଅରବିନ୍ଦ ପଣ୍ଡା, ଲ୍ୟାମ୍ପ କାର୍ଯ୍ୟାଳୟରେ ଲ୍ୟାମ୍ପ ସଭାପତି ଲଛମା ଗଣ୍ଡ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିରୋଜା ମୋହିନୀ ପାଙ୍ଗୀ, କୃଷି କାର୍ଯ୍ୟାଳୟରେ ବିଏଓ ସୁନିତା ସିଂ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ, ପଶୁ ଚିକିତ୍ସାଳୟରେ ଧୋଡ୍ରା ପଶୁ ଚିକିତ୍ସକ ଡାକ୍ତର ଶଙ୍କର୍ଷଣ ପାଣିଗ୍ରାହୀ,ଫରେଷ୍ଟ କାର୍ଯ୍ୟାଳୟରେ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଲ୍ୟାମ୍ପ କାର୍ଯ୍ୟାଳୟରେ ଲ୍ୟାମ୍ପ ସଭାପତି ଲଛମା ଗଣ୍ଡ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ଥାନା କାର୍ଯ୍ୟାଳୟରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବର, କର୍ଶାହାଣ୍ଡି ବିଜେପି କାର୍ଯ୍ୟାଳୟରେ ପୂର୍ବତନ ବରିଷ୍ଠ କାର୍ଯ୍ୟକର୍ତା ନରସିଂହ ପଟ୍ଟନାୟକ, ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ସଭାପତି ତମ୍ବୁଦାସ ପନକା ପତାକା ଉତୋଳନ କରିଥିବା ଦେଖିବାକୁ ମିଳିଛି |ସେହିଭଳି ଯେଏମଏଫସି କୋର୍ଟରେ ଉମରକୋଟର ପ୍ରଥମଶ୍ରେଣୀ ବିଚାରପତି ସଂଘମିତ୍ରା ଦ୍ବିବେଦୀ ପତାକା ଉତୋଳନ କରି 79ତମ ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି |ନୋଡାଲ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଝରିଗାଁ ତଥା ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରମାନେ ଯୋଗ ଦେଇ ପ୍ୟାରେଡ ପ୍ରଦର୍ଶନ କରିବା ସହିତ ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ |79ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଡ଼ିବେଟ, କୁଇଜ ଓ ଗୀତ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଶେଷରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow