ଦେଶ ବିଭାଜନ ର ଏକ ଅତି ସମ୍ବେଦନଶୀଳ ଘଟଣା, ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ବିଭାଜନ ବିଭିଷିକା ସ୍ମୃତି ଦିବସ।

Aug 15, 2025 - 00:09
0 29
ଦେଶ ବିଭାଜନ ର ଏକ ଅତି ସମ୍ବେଦନଶୀଳ ଘଟଣା, ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ବିଭାଜନ ବିଭିଷିକା ସ୍ମୃତି ଦିବସ।

ଭବାନୀପାଟଣା ତା.୧୪/୮ (ଷ୍ଟାର ନିୟୁଜ ଓଡିଶା)ସ୍ଥିତ ଟାଉନହଲ୍ ଠାରେ ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳିତ।୧୯୪୭ ମସିହା, ଅଗଷ୍ଟ ୧୫ରେ ବ୍ରିଟିଶମାନଙ୍କଠାରୁ ଭାରତ ସ୍ୱାଧୀନ ପାଇବା ପୂର୍ବରୁ ଅଗଷ୍ଟ ୧୪ ରେ ଦେଶ ଭାରତ ଓ ପାକିସ୍ତାନ ଭାବେ ଦୁଇଟି ରାଷ୍ଟ୍ରରେ ବିଭାଜନ ହେଲା। ବିଭାଜନ ସମୟରେ ଅନେକ ଦଙ୍ଗା ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଘର, ଜମି ଏବଂ ସମ୍ପତ୍ତି, ସବୁକିଛି ଛାଡ଼ିବାକୁ ପଡ଼ିଥିଲା। ରକ୍ତ ରେ ଭିଜିଥିଲା ହିନ୍ଦୁସ୍ଥାନ ମାଟି, ଅନେକ ଜୀବନ ବଳିଦାନ ଦେବାକୁ ପଡିଲା । ତାଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିବାକୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ୨୦୨୧ ରୁ ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟାରେ ଭବାନୀପାଟଣା ଠାରେ ଆୟୋଜିତ ବିଭାଜନ ବିଭୀଷିକା ଦିବସରେ ରାଜ୍ୟସରକାରଙ୍କ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,କଳାହାଣ୍ଡି ଳୋକସଭା ସାଂସଦ ମାଲବୀକା ଦେବୀ, କଳାହାଣ୍ଡି ବିଜେପି ଜିଲ୍ଲାସଭାପତି ଯୁଗଲକିଶୋର ପୋଢ଼ ସମେତ ପ୍ରମୁଖ ବିଜେପି ନେତା କର୍ମୀ ଉପସ୍ଥିତ ରହି ସେହି ଅଭୁଲା ଦିନ କୁ ମନେ ପକେଇ ଥିଲେ।
 ଇତିହାସ ସମଗ୍ର ଭାରତ ବାସୀ ଙ୍କୁ ଜାଣିବା ଜରୁରୀ କି ସେ ସମୟ କିପରି ହୃଦୟ ବିଦାରକ ରହିଥିଲା କେତେ କଷ୍ଟ ଦାୟକ ଥିଲା ,ଆତ୍ମ କୁ ଦୋହଲାଇ ଦିଏ ଯୋଉ ମାନେ ସହିଦ୍ ହୋଇଛନ୍ତି ଧନ ଜନ ପ୍ରାଣ ହରାଇଲେ ଲୁଟ ପାଟ ର ଶିକାର ହୋଇ ବିସ୍ଥାପିତ ହେଲେ ଧର୍ଷଣ ଶୋଷଣ ଅନ୍ୟାୟ ଅତ୍ୟାଚାର ଶିକାର ହୋଇ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ ସେହି ଅମାନବୀୟ ଅକଥନୀୟ ନିର୍ଯାତନା ସହ୍ୟ କରିବା ବଦଳ ଅନେକ ନିଜ ଆତ୍ମ ସମ୍ମାନ ବଞ୍ଚାଇବା ପାଇଁ ଆତ୍ମାହୁତି ଦେଇଥିଲେ। ,ସେହି ସମୟର ଇତିହାସ କୁ ଚାପି ଦେଇ କେବଳ ନିଜର ସୁଖ ସୁବିଧା ପାଇଁ ବାରମ୍ବାର ଦେଶ ଓ ଦେଶ ବାସୀଙ୍କୁ ସ୍ଵାଧିନତା ନାଁ ରେ ବଳି ପକାଇଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User