ଗଣେଶ ପୂଜା ପାଇଁ ଜୋର ଧରିଛି ପ୍ରସ୍ତୁତି |ମଣ୍ଡପ ଓ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଗ୍ରାମାଞ୍ଚଳର ଯୁବଗୋଷ୍ଠୀ ।

ଝରିଗାଁ,୧୪l୮ (ଷ୍ଟାର ନିୟୁଜ ଓଡିଶା): ଗଣେଶ ପୂଜାକୁ ଆଉ ମାତ୍ର ରହିଲା 12ଦିନ|ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର୍ଚନା ପାଇଁ ଏବେଠୁ ଜୋର ଧରିଲାଣି ପ୍ରସ୍ତୁତି |ଗାଁ ଠୁ ସହର ସବୁଆଡେ ଯୁବକ ମାନେ ଏବେଠୁ ମଣ୍ଡପ ନିର୍ମାଣରେ ଲାଗି ପଡିଲେଣି|ଗ୍ରାମେ ଗ୍ରାମେ ଯୁବକ ମାନେ ଘର ଘର ବୁଲି ଚାନ୍ଦା ଆଦାୟ କରିବା ସହିତ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହେବ ହିସାବ କିତାବ ଆରମ୍ଭ କରିଦେଲେଣି |ଗଜାନନଙ୍କ ବିସର୍ଜନ ପାଇଁ ବର୍ତମାନ ଠାରୁ ହିଁ ବ୍ୟାଣ୍ଡବାଜା ବରାଦ ଦିଆ ସାରିଲାଣି |ଗ୍ରାମର ଯୁବକ ମାନଙ୍କୁ ସାହାଯ୍ୟ କରିବାକୁ ଗ୍ରାମର ବୟସ୍କ ମହିଳା, ପୁରୁଷ ଓ ଯୁବତୀ ମାନେ ମଧ୍ୟ ଆଗେଇ ଆସିଛନ୍ତି |ସମସ୍ତଙ୍କ ମନରେ ଭରି ରହିଛି ଗଣେଶ ପୂଜାକୁ ନେଇ ଉତ୍ସାହ |ଗ୍ରାମାଞ୍ଚଳରେ ବସବାସ କରୁଥିବା କାରିଗର ମାନେ ମଧ୍ୟ ମୂର୍ତ୍ତି ଗଢିବାରେ ବ୍ୟସ୍ତ |ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ଗଣେଶ ପୂଜା ବେଶ ଆଡମ୍ବର ସହକାରେ ପାଳିବା ପାଇଁ ସମସ୍ତଙ୍କ ସ୍ବପ୍ନ |ଚଳିତ ବର୍ଷ ସୁନ୍ଦର ତୋରଣ, ସୁନ୍ଦର ମେଢ଼, ବଡ଼ ମୂର୍ତ୍ତି ସାଙ୍ଗକୁ ସାଜସଜ୍ଜା କୁ ମନୋହର କରିବା ପାଇଁ ସ୍ଥାନେ ସ୍ଥାନେ ପ୍ରଚେଷ୍ଟା ଚାଲିଥିବା ଦେଖିବାକୁ ମିଲିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






