ନୁଆଁବର୍ଷରେ ଜମୁନି ଆଗଭଳି ବଣଭୋଜିର ଆସର ।
ଝରିଗାଁ,୧l୧(ଷ୍ଟାର ନିୟୁଜ ଓଡିଶା ): ଦିନ ଥିଲା ନୁଆଁବର୍ଷ ଆସୁ ଆସୁ ଗ୍ରାମାଞ୍ଚଳର ଯୁବକ ଯୁବତୀ ବଣଭୋଜି ପାଇଁ ପ୍ରସ୍ତୁତ ହେଉଥିଲେ ।କେଁଉଠାକୁ ଯିବେ? କେମିତି ଯିବେ? କଣ ସବୁ ଆଇଟମ ହେବ? ଏସବୁ ଆଲୋଚନା କରିବା ସହିତ ତାଲିକା ପ୍ରସ୍ତୁତ କରି ତାଲିକା ମୁତାବକ ଚାନ୍ଦା ଆଦାୟ କରୁଥିଲେ |ନୁଆଁବର୍ଷର କିଛି ଦିନ ଆଗରୁ ହିଁ ସମସ୍ତ ପ୍ରସ୍ତୁତି ହୋଇଯାଉଥିଲା |ବଣଭୋଜି ଦିନ ହର୍ଷ ଉଲ୍ଲାସର ସହ ହାଣ୍ଡି ଡେ଼କଚି ଓ ରୋଷେଇ ସାମଗ୍ରୀ ଧରି ଦଳବଳ ହୋଇ ଘରୁ ବାହାରି ଯାଉଥିଲେ |ବଣପାହାଡ଼ ଘେରା ଅଞ୍ଚଳ ତଥା ଝରଣା ଥିବା ସ୍ଥାନ ମାନଙ୍କରେ ରୋଷେଇ କରି ଖାଉଥିଲେ ଓ ସାଙ୍ଗରେ ନେଇ ଯାଇଥିବା ମାଇକ ଡେକ ସବୁ ବଜେଇ ନାଚିଗାଇ ମସ୍ତି କରୁଥିଲେ |ହେଲେ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଏସବୁ ଦୃଶ୍ୟ ବର୍ତମାନ ଆଉ ଦେଖିବାକୁ ମିଳୁନି |ଧୀରେ ଧୀରେ ଭୋଜିଭାତର ଆସର ତଥା ବଣଭୋଜି କମି କମି ଯାଉଛି |ଆଗକାଳ ଭଳି ଯୁବକ ଯୁବତୀ ମାନେ ଆଉ ପନିପରିବା ବଗିଚା ମାନଙ୍କରେ ଯାଇ ପରିବା କିଣୁ ନାହାନ୍ତି କି ଆଗଭଳି ବଣଭୋଜିକୁ ନେଇ ହର୍ଷ ଓ ଉଲ୍ଲାସ ଦେଖିବାକୁ ମିଳୁନି |ଗ୍ରାମାଞ୍ଚଳରେ ହାତ ଗଣତି କିଛି କିଛି ଯୁବକ ଯୁବତୀ ବଣଭୋଜି ପାଇଁ ଘରୁ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି |ଆଗକାଳରେ ଯାନବାହାନର ସେତେ ସୁବିଧା ନଥିଲା ତଥାପି ବଣଭୋଜି ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା |ହେଲେ ଆଜିକାଲି ସମସ୍ତ ସୁବିଧା ସ୍ୱତେ ମଧ୍ୟ ଯୁବପିଢ଼ି ବଣଭୋଜି ପାଇଁ ଅନିଛା ପ୍ରକାଶ କରୁଛନ୍ତି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?