ମଦ ବନ୍ଦ ପାଇଁ ସଚେତନ ମାଝୀଗୁଡା ଯୁବକ ସଙ୍ଘ,ଗାଁରେ ମଦ ବନ୍ଦ ସହ ପହରା ଦେଉଛନ୍ତି ଯୁବଗୋଷ୍ଠୀ।

Sep 11, 2025 - 19:56
0 19
ମଦ ବନ୍ଦ ପାଇଁ ସଚେତନ ମାଝୀଗୁଡା ଯୁବକ ସଙ୍ଘ,ଗାଁରେ ମଦ ବନ୍ଦ ସହ ପହରା  ଦେଉଛନ୍ତି ଯୁବଗୋଷ୍ଠୀ।

କୋକସରା ତା.୧୧/୯ ( ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ମାଝୀଗୁଡା ଗ୍ରାମ ରେ ବେଇଆନ ମଦ କୋଠି ଖୋଲି ଦେଶୀ ବିଦେଶୀ ମଦ ବିକ୍ରି କରୁଥିଲେ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ, ତେବେ ଖୁଲାମକୁଲା ଗାଁ ରେ ମଦ ବିକ୍ରି ଯୋଗୁଁ ଗାଁ ରେ ଅନେକ ସମୟରେ ମଦୁଆ ଙ୍କ ଉତ୍ପାତ ଓ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ଏମିତିକି ସ୍କୁଲ ଛାତ୍ର, ଯୁବକ ମାନେ ମଧ୍ୟ କୁସଙ୍ଗତ ରେ ପଡି ମଦ ପିଇବା ଦେଖିବାକୁ ମିଳୁଥିଲା। ଏନେଇ ମାଝୀଗୁଡା ଗ୍ରାମ ର ନେତାଜୀ ଯୁବକ ସଙ୍ଘ ନେତୃତ୍ୱ ନେଇ ଗାଁ ରେ ମଦ ବିରୋଧୀ ଆନ୍ଦୋଳନ ଜାରି କରି ଗାଁ ରେ ବେଆଇନ ମଦ କୋଠି କୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ତେବେ କିଛି ଅସାଧୁ ମଦ ମାଫିଆ ମାନେ ହାତରନ୍ଧା ଦେଶୀ ମଦ ଆଣି ଚୋରା ରେ ଗାଁ ରେ ବିକ୍ରି କରୁଥିବା ନେଇ ନେତାଜୀ ଯୁବକ ସଙ୍ଘ ଖବର ପାଇ ବୁଧବାର ରାତିରେ ଗାଁ ନିକଟରେ ଜୈନିକ ମଦ ବେପାରୀ ଙ୍କ ଚଢ଼ାଉ କରିଥିଲେ। ତେବେ ମଧ୍ୟ ବେପାରୀ ଫେରାର ହୋଇ ଯାଇଥିବା ବେଳେ ସେଠାରୁ ପଲିଥିନ ରେ ଥିବା ହାତରନ୍ଧା ଦେଶୀ ମଦ ଜବତ କରି ସ୍ଥାନୀୟ କୋକସରା ପୋଲିସ କୁ ଆସି ଥାନା ଅଧିକାରୀ ଜୟ ନାରାୟଣ ହୋତା ଙ୍କୁ ଭେଟି ଜିମା ଦେବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। 
Byte _ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User