ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ I ଚାଳକ ଗୁରୁତର I

Dec 7, 2025 - 21:38
 0  42
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ I ଚାଳକ ଗୁରୁତର I

ଫିରିଙ୍ଗିଆ,୭l୧୨(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଲାପାଲି ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଆମ୍ବ ଗଛରେ ପିଟି ହେବା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଉଛନ୍ତି I ଆହତ ହୋଇଥିବା ବାଇକ ଆରୋହୀ ଜଣକ ଫିରିଙ୍ଗିଆ ଥାନା ଖଜୁରୀପଡା ଗାଁ ର ଈଶ୍ୱର କହଁର ବୋଲି ଜଣାପଡିଛି I ସୂଚନା ଅନୁସାରେ ରବିବାର ସନ୍ଧ୍ୟା ସମୟରେ ବାଇକ ଆରୋହୀ ଜଣକ କୌଣସି କାମରେ ଟେଲାପାଲି ଗାଁ ପାଖରେ ଥିବା ଶ୍ରାସାନାଣ୍ଡା ଗାଁ କୁ ଯାଉଥିବା ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଟେଲାପାଲି ସ୍କୁଲ ନିକଟ ବୁଲାଣି ରେ ବାଇକ ଟି ରାସ୍ତା କଡରେ ଥିବା ଏକ ଆମ୍ବ ଗଛ ରେ ପିଟି ହୋଇଥିଲା I ଫଳରେ ବାଇକ ଆରୋହୀ ଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଆହତ ହୋଇ ରାସ୍ତା କଡରେ ପଡିରହିଥିଲେ Iଗ୍ରାମର କିଛି ଯୁବକ ଏ ଦୃଶ୍ୟ ଦେଖି ଘଟଣା ସ୍ଥଳକୁ ଆସି ଭଙ୍ଗା ଗୋଡକୁ କିଛି କାଠି ସାହାଯ୍ୟରେ ବାନ୍ଧି ଦେଇଥିଲେ ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଦମକଳ ଗାଡିକୁ ଫୋନ କରିଥିଲେ ।ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଦମକଳ ବାହିନୀ ଙ୍କ ସହଯୋଗ ରେ ଆହତ ବାଇକ ଆରୋହୀ ଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ଆଣିଥିଲେ I ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସଲୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବାଇକ କୁ ଜବତ କରି ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଏସଆଇ ଅଜୟ ସାହୁ I

What's Your Reaction?

like

dislike

love

funny

angry

sad

wow

SUJAYA EDITOR