ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ

Jan 22, 2026 - 23:53
0 10
ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ

ଭବାନୀପାଟଣା: ତା. ୨୨/୦୧( ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ପିଏମ୍ ଶ୍ରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ସୋମବାର ଉଦଘାଟିତ ହୋଇଛି। ଉତ୍ସବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁଣମାନ ଉନ୍ନତି ଓ ପିଏମ୍ ଶ୍ରୀ ଯୋଜନାର ଲକ୍ଷ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା ଶିକ୍ଷାର ସମଗ୍ର ଉନ୍ନତି ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଆଇଏଏସ୍ ଅଧିକାରୀ ଶ୍ରୀ ଅନିମେଷ ପ୍ରଧାନ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପବିତ୍ର ମୋହନ ସାହୁ, ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଇନ୍ଦ୍ରଜିତ୍ ମହାକୁଡ଼, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ତପିମଣି ଜାନୀ ଓ ଶ୍ରୀ ହେମସାଗର ମହାନନ୍ଦ ଉପସ୍ଥିତ ଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରି ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପଲମ ସିଆରସିସି ଶ୍ରୀ ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଘୁମୁରା, ଓଡ଼ିଶୀ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

— କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ବିଷ୍ଣୁ ଚରଣ ସ୍ୱାଇଁ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User