ଭିବି–ଜିରାମ–ଜୀ (VB-G-RAM-G) ଆଇନ ଉପରେ ବିଜେପିର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା

Jan 21, 2026 - 20:14
 0  25
ଭିବି–ଜିରାମ–ଜୀ (VB-G-RAM-G) ଆଇନ ଉପରେ ବିଜେପିର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା

ଭବାନୀପାଟଣା:ତା. ୨୧/୦୧  (ଷ୍ଟାର ନିୟୁଜ ଓଡିଶା)ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ଭବାନୀପାଟଣା ସ୍ଥିତ କଲ୍ୟାଣ ମଣ୍ଡପରେ ଭିବି–ଜିରାମ–ଜୀ (VB-G-RAM-G) ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରମେଶ ମାଝୀ, ଶ୍ରୀ ଅନିରୁଦ୍ଧ ପ୍ରଧାନ, ଶ୍ରୀମତୀ ନମିତା ରାଣୀ ସାହୁ ଉପସ୍ଥିତ ରହି ଭିବି–ଜିରାମ–ଜୀ ଆଇନର ଗୁରୁତ୍ୱ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ।
ଭିବି–ଜିରାମ–ଜୀର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ସ୍ୱାଗତ ଭାଷଣ ଓ ବିଷୟବସ୍ତୁ ଉପରେ ବିସ୍ତୃତ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ବେହେରା କରିଥିବା ବେଳେ ଶ୍ରୀ ହିମାଂଶୁ ପଣ୍ଡା ଧନ୍ୟବାଦ ଭାଷଣ ଦେଇଥିଲେ।
ଭିବି–ଜିରାମ–ଜୀ ଜିଲ୍ଲା ସହ-ସଂଯୋଜକ ତ୍ରିନାଥ ଶବର, ଘନଶ୍ୟାମ ଗହୀର, ଚନ୍ଦନ ସେନାପତି ପ୍ରମୁଖ ଉଦ୍ବୋଧନ ଦେଇ ଆଇନ ମାଧ୍ୟମରେ ଶ୍ରମିକ ଓ କୃଷକଙ୍କ ହିତ ସୁରକ୍ଷା ବିଷୟରେ ଜନଜାଗରଣ କରାଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ନେତୃତ୍ୱ ମୁକେଶ ଅଗ୍ରୱାଲ, ସନ୍ତୋଷୀ ଦାସ, ନିରୁପମା ସାମଲ, ପଦ୍ମଲୋଚନ ମିଶ୍ର, ମମତା ପଣ୍ଡା, ସନ୍ତୋଷ ବିସୀ, ବିଭୀଷଣ ସାହୁ, ସୁକାନ୍ତି ସା, ହେମନ୍ତ ମାଝୀ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗଣେଶ କୁମାର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସାଗର ମାଝୀ, ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ, ସରପଞ୍ଚ, ସମିତି ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ବକ୍ତାମାନେ ମନରେଗାରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଭିବି–ଜିରାମ–ଜୀ ଆଇନକୁ ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। କୃଷକ ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ଏହି ଆଇନରେ ହୋଇଥିବା ପରିବର୍ତ୍ତନ ବିଷୟରେ ସମସ୍ତେ ଗାଁ ଗାଁ ଯାଇ ଜନସାଧାରଣଙ୍କୁ ଅବଗତ କରାଇବାରେ ଗୁରୁତ୍ୱ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR