୧୦ ତାରିଖରେ ଅନୁଷ୍ଠିତ ହେବ ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ।

Dec 08, 2025 - 13:50
0 50
୧୦ ତାରିଖରେ ଅନୁଷ୍ଠିତ ହେବ ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ।

ଝରିଗାଁ,୮l୧୨(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସ୍ତରୀୟ ମଣ୍ଡେଇ ୨୦୨୫ ପାଳନ ନେଇ ବ୍ଲକ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଆସନ୍ତା ୧୦ ତାରିଖ ବୁଧବାର ଦିନ ମଣ୍ଡେଇ ୨୦୨୫ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଝରିଗାଁ ସ୍ଥିତ ମା ଠାକୁରାଣୀ ମନ୍ଦିର ଠାରୁ ଝରିଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଯାତ୍ରା ହେବା ପରେ ଖେଳ ପଡିଆ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା।ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା ଓ ବିଭିନ୍ନ କ୍ଷେତ୍ରରେ ଲୁକାୟତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିକାଶିତ ଓ ସଂରକ୍ଷଣ କରିବା ପ୍ରଚେଷ୍ଟାରେ ବ୍ଲକ ସ୍ତରୀୟ ମଣ୍ଡେଇ ପାଳନ ହେଉଥିବା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ ସୂଚନା ଦେଇଥିଲେ।ଉକ୍ତ ବୈଠକକୁ ଝରିଗାଁ ବ୍ଲକ ଜିପିଇଓ ରମେଶ ଚନ୍ଦ୍ର ହରିଜନ ପରିଚାଳନା କରିଥିବା ବେଳେ ଝରିଗାଁ ବ୍ଳକର ସମସ୍ତ ଜିଲ୍ଳା ପରିଷଦ, ସମିତି ସଭ୍ୟ ସଭ୍ୟା,ସରପଞ୍ଚ ସହ ବ୍ଳକ କର୍ମଚାରୀ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User