ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଆଭାସୀ ମାଧ୍ଯମରେ ଉଦଘାଟିତ ହେଲା ଫିରିଙ୍ଗିଆରେ ନବନିର୍ମିତ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ।
ଫିରିଙ୍ଗିଆ,୦୧l୧୧ (ଷ୍ଟାର ନିୟୁଜ) :ରାଜ୍ୟ ସରକାରଙ୍କ ଦ୍ଵାରା ଜମି ସମ୍ବନ୍ଧୀୟ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତ୍ୟେକ ବ୍ଲକ ର ତହସିଲ କାର୍ଯ୍ୟାଳୟ ଠାରେ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ଗୃହ ବ୍ୟବସ୍ଥା ସହ ଜନସାଧାରଣ ଙ୍କ ସୁବିଧା ଯୋଗାଇବାକୁ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସଚିବ ମଧ୍ଯ ଉଦଘାଟନ ଅବସରରେ ସାମିଲ ଥିଲେ । ଓଡିଶା ର ୪୪ ଟି ଓ ସେଥିମଧ୍ଯରୁ କନ୍ଧମାଳ ଜିଲାରେ ୩ଟି ବ୍ଲକ ରେ ଚକାପାଦ, ଖଜୁରୀପଡା ଓ ଫିରିଙ୍ଗିଆ ବ୍ଲକ ରେ ମଧ୍ୟ ଏହି ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ଗୃହ ନଭେମ୍ବର ଏକ ତାରିଖ ରେ ଆଭାସୀ ମାଧ୍ଯମରେ ଉଦଘାଟନ କରାଯାଇଛି ।
ପ୍ରତ୍ୟେକ ଜିଲାରେ ଏହି ଭିସି ରେ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ତହସିଲଦାର ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକ ରେ ଭିଡିଓ କନଫରେନସି ହଲ ରେ ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠି, ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଅନୁପ ଅଭିଷେକ ବେହେରା, ଅତିରିକ୍ତ ତହସିଲଦାର ପୃଥ୍ବୀରାଜ ମହାନନ୍ଦିଆ, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ କହଁର, ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସାଂସଦ ଙ୍କ ଶିକ୍ଷା ପ୍ରତିନିଧୂ କଂସଦେବ ସାହୁ, ବିଜେପି ନେତା ସଞ୍ଜୟ କୁମାର ଦିଗାଲ ଙ୍କ ସହ ଅନ୍ୟନ୍ୟା ଅଧିକାରୀ ମାନଙ୍କ ସହ ସମସ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ଥିଲେ।ପୂର୍ବରୁ ୪୧୩ ଟି ଗାଁର ଜନସାଧାରଣ ଜମି ଜମା ସମ୍ବନ୍ଧୀୟ କାର୍ଯ୍ୟରେ ଫୁଲବାଣୀ ନିବନ୍ଧକ ଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ବର୍ତମାନ ଏହି ସୁବିଧା ନିଜ ବ୍ଲକ ଫିରିଙ୍ଗିଆ ରେ ଏହି ସୁବିଧା ପାଇପାରିବେ ଏବଂ ସ୍ଥାନୀୟ ତହସିଲଦାର ନିଜେ ଏହି ଦାୟିତ୍ଵ ରେ ରହିବେ ଯାହା ଦ୍ବାରା ଅଞ୍ଚଳ ବାସି ସମସ୍ତ ସୁବିଧା ନିଜ ପାଖରେ ପାଇ ପାରିବେ ବୋଲି ତହସିଲଦାର ସୂଚନା ଦେଇଛନ୍ତି।
What's Your Reaction?