ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶର ନୂତନ କମିଟି ଚୟନ ଏବଂ ଶପଥ ପାଠ ଉତ୍ସବ ।

Nov 2, 2025 - 22:39
 0  312
ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶର ନୂତନ କମିଟି ଚୟନ ଏବଂ ଶପଥ ପାଠ ଉତ୍ସବ ।

ଝରୀଗାଁ,୨l୧୧ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ଛକ ସ୍ଥିତ ମାଁ ଦନ୍ତେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ନୂତନ କମିଟି ଏବଂ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ, ସମ୍ମାନନୀୟ ଅତିଥିଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଭତରା ସମାଜ କେନ୍ଦ୍ରୀୟ କମିଟି ସଭାପତି ଜଗଦିଶ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ ଭତରା, ଭତରା ସମାଜର ମୁଖ୍ୟ ନିର୍ବାଚନ ଅଧିକାରୀ ଦାମୁଧର ପୂଜାରୀ, କେନ୍ଦ୍ରୀୟ କମିଟି ସମ୍ପାଦକ ଗୋପୀ ମାଝୀ, ଛତିଶଗଡ଼ ରାଜ୍ୟ ଭତରା ସମାଜ ସଭାପତି ଲଳିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକର ସମାଜର ପ୍ରତିନିଧି ମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ପ୍ରଥମେ ପୂର୍ବାହ୍ନ 11ଟା ସମୟରେ ଦନ୍ତେୱାଡା ଠାରୁ ଆସିଥିବା ଦନ୍ତେଶ୍ୱରୀ ପୂଜାରୀ ହରେନ୍ଦ୍ର ନାଥ ଜିହ୍ୱାଙ୍କୁ ବହୁ ଆଡମ୍ବରରେ 39 ନମ୍ବର ରାଜ୍ୟ ରାଜପଥ ଠାରୁ ମନ୍ଦିର ଯାଏଁ ପାଛୋଟି ନେଇ ମନ୍ଦିରରେ ଦନ୍ତେଶ୍ୱରୀ ମାତାଙ୍କ ସମେତ ପାର୍ଶ୍ୱ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା | ମଧ୍ୟାହ୍ନରେ ନୂତନ କମିଟି ଚୟନ କରଯାଇଥିଲା ଏବଂ ଅପରାହ୍ନ 2 ଟା ରେ ନୂତନ କମିଟିକୁ ସମାଜର ସଚେତନ ଓ ଦାୟିତ୍ୱ ବାନ ସଦସ୍ୟ ଭାବେ ଦନ୍ତେଶ୍ୱରୀ ଙ୍କ ନାମ ଧରି ଶପଥ ଗ୍ରହଣ କରିଥିଲେ | ସମାଜର ଦାୟିତ୍ୱରେ ଥିବା ସଦସ୍ୟ ଜାତିର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି ତଥା ଜାତିର ରୀତିନୀତି କଳା ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ସହ କୌଣସି ଦଳୀୟ, ଧାର୍ମିକ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସଂଘଟ ର ନାମ ବ୍ୟବହାର ନ କରି ଏକ ନିଷ୍ପକ୍ଷ, ଭାତୃଭାବ ଏକତା ସ୍ଥାପନା କରି ଜିଲ୍ଲା ଭତରା ସମାଜକୁ ଜନାଭିମୁଖୀ କରିବା ପାଇଁ ସମସ୍ତେ ଶପଥ କରିଥିଲେ | ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ମାଝୀଙ୍କୁ ଚୟନ କରାଯାଇ ଥିବା ବେଳେ ରାମଧର ମାଝୀଙ୍କୁ ଉପ ସଭାପତି , ପ୍ରତାପ ଚନ୍ଦ୍ର ନାୟକଙ୍କୁ ସାଧାରଣ ସମ୍ପାଦକ, ଜୟରାମ ଭତରାଙ୍କୁ ସଂଯୋଜକ, ଚନ୍ଦ୍ରୁ ପୂଜାରୀଙ୍କୁ କୋଷାଧକ୍ଷ, ହରିହର ବେହେରାଙ୍କୁ ଆର୍ଥିକ ସମୀକ୍ଷକ ଭାବେ ଚୟନ କରାଯାଇଛି | ସେହିପରି ଦଶଟି ବ୍ଲକର ନୂତନ ସଭାପତି ଭାବେ ସଦାନନ୍ଦ ଭତରାଙ୍କୁ ଝରୀଗାଁ ବ୍ଲକ, ଡମ୍ବରୁ ଧର ପୂଜାରୀଙ୍କୁ ଉମରକୋଟ ବ୍ଲକ, ମୋହନ ନାୟକଙ୍କୁ ଡାବୁଗାଁ, ସଦାଶିବ ନାୟକଙ୍କୁ ପାପଡାହାଣ୍ଡି, ଅନ୍ତରାମ ନାୟକଙ୍କୁ କୋଷାଗୁମୁଡା, ଅଭିମନ୍ୟୁ ମାଝୀଙ୍କୁ ନବରଙ୍ଗପୁର, ସୂର୍ଯ୍ୟ ନାରାୟଣ ରନ୍ଧାରୀଙ୍କୁ ତେନ୍ତୁଳୀଖୁଣ୍ଟି, ସେନୀନ୍ଦ୍ର ସୋରିଙ୍କୁ ଚନ୍ଦାହାଣ୍ଡି, ହେମନ୍ତ ଭତରାଙ୍କୁ ରାଇଘର ବ୍ଲକର ସଭାପତି ଭାବେ ସର୍ବସମିତି କ୍ରମେ ଚୟନ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଝରୀଗାଁ ବ୍ଲକ ଉପାଧକ୍ଷ ଦୁର୍ଗା ମାଝୀ, ଉମରକୋଟ ମ୍ୟୁନିସିପାଲିଟି ଅଧ୍ୟାକ୍ଷା ରାଧା ଭତରା,ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ପାପଡାହାଣ୍ଡି ଜିଲ୍ଲା ପରିଷଦ ଲିପିକା ମାଝୀ ସମେତ ବହୁଳ ସଂଖ୍ୟାରେ ପ୍ରତିନିଧି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଘନ ଭତରା ପରିଚାଳନା କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR