ଏମ ପି ଏମ ହସ୍ପିଟାଲ ପକ୍ଷରୁ ରାଜୋଡା ଠାରେ ଦିନିକିଆ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

Nov 3, 2025 - 12:05
 0  34
ଏମ ପି ଏମ ହସ୍ପିଟାଲ ପକ୍ଷରୁ ରାଜୋଡା ଠାରେ ଦିନିକିଆ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ନବରଙ୍ଗପୁର,୩l୧୧ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଧୀନରେ ଥିବା ରାଜୋଡା ପଂଚାୟତ ସଦର ମହକୁମା ଠାରେ ଜଗଦଳପୁର ଏମ ପି ଏମ ହସ୍ପିଟାଲ ପକ୍ଷରୁ ଦିନିକିଆ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |ଫାଦେର ଜୋସ ଙ୍କ ଆହ୍ୱାନ ଦ୍ୱାର ଜଗଦଳପୁର ଏମପିଏମ ହସ୍ପିଟାଲର ସହାୟତାରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଏମ ପି ଏମ ହସ୍ପିଟାଲ ଡାଇରେକ୍ଟର ଫାଦେର ଟମ ଥମାସ,ଡାକ୍ତର ଅନସି ଏନ ସି, ଡାକ୍ତର ମିଥିଲେଶ,ଡାକ୍ତର ଦୀନେଶ ସିଂହ୍ନା,ନର୍ସ ବିମଳା,ମିଥୁଲା,ରଶ୍ମି, ସରିତା,ଅର୍ପିତା, ପ୍ରିୟା,ରେଶମା, ଝରଣା ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ପାଖାପାଖି 300 ଉର୍ଦ୍ଧ ଆସିଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଦିଆଯାଇଥିଲା ଓ଼ ସେମାନଙ୍କୁ ସ୍ୱାସ୍ଥ୍ୟ ବିଷୟ ରେ ପରାମର୍ଶ ଦିଆଯାଇଥିଲା |ଏମ ପି ଏମ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଦିନିକିଆ ସ୍ୱାସ୍ଥ୍ୟ ଶିବିର ଅଞ୍ଚଳବାସୀଙ୍କୁ ବେସ ସହାୟ କ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR