ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି, କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ବିକ୍ଷୋଭ

Mar 16, 2026 - 19:36
0 27
ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି, କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ବିକ୍ଷୋଭ

ଭବାନୀପାଟଣା, କଳାହାଣ୍ଡି | ତାରିଖ: ୧୬/୩ (ଷ୍ଟାର ନ୍ୟୁଜ ଓଡିଶା)ରାଜ୍ୟରେ ମୋହନ ସରକାର ଗଠନ ହେବା ପରେ ମଧ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ ଉଠିଛି। ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ସରକାରଙ୍କୁ ଦାବି ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନଥିବା ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷିତରେ ଗତ ୧୦ ତାରିଖରୁ ଭୂବନେଶ୍ୱରରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ୩ ଦଫା ଦାବିକୁ ନେଇ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ଶତାଧିକ କର୍ମଚାରୀ ଯୋଗଦାନ କରିଥିବା ଜଣାପଡ଼ିଛି।
ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଭିତରେ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା କରି ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ସ୍ୱାସ୍ଥ୍ୟ ସେବା ସଂଘ, କଳାହାଣ୍ଡି ଜିଲ୍ଲାର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ସଂଘର ସଭାପତି ବଦ୍ରିକା ନାଏକ ଓ ସାଧାରଣ ସମ୍ପାଦକ ଦେବକୀ ଦୂର୍ଗାଙ୍କ ନେତୃତ୍ୱରେ ଯଦୁନାଥ ବାଗ, ମହେନ୍ଦ୍ର ରଣା, ପୁଷ୍ପ ନାଏକ, କାର୍ତ୍ତିକ ଦୀପ, ମାଳତୀ ମାଝୀ, ଶେଖର ମୋହନ ବାଗ, ଅଶମତି ଦୀପ ଓ ଅନିଲ କୁମାରଙ୍କ ସହିତ ୧୦୦ରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ ଏହି ବିକ୍ଷୋଭରେ ଅଂଶ ନେଇଥିଲେ।
କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି, ଛଟେଇ ପ୍ରଥା ବନ୍ଦ କରିବା, ସମାନ କାମ ପାଇଁ ସମାନ ଦରମା ଦେବା ସହ ଅନ୍ୟାନ୍ୟ ଦାବି ଉପରେ ଜୋର ଦେଇଥିଲେ।
ଏହି ସମୟରେ ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରଫୁଲ୍ଲ କର ଓ ସନ୍ତୋଷ ପ୍ରଧାନ ବିକ୍ଷୋଭ ସ୍ଥଳକୁ ପହଞ୍ଚି କର୍ମଚାରୀମାନଙ୍କୁ ସମର୍ଥନ ଜଣାଇଥିଲେ। ଆଗାମୀ ଦିନରେ ମଧ୍ୟ ସଂଗଠନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଇଂ ଲକ୍ଷ୍ମୀନାରାୟଣ ପଣ୍ଡା କହିଥିଲେ।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User