ଜିଲ୍ଲାପାଳଙ୍କ ପ୍ରତିଶୃତି ରେ ସ୍ଥଗିତ ରହିଲା ସଚେତନ ନାଗରିକ ମଞ୍ଚ ର ୧୦ ଦଫା ଦାବି ଧାର

Jul 05, 2025 - 20:26
0 17
ଜିଲ୍ଲାପାଳଙ୍କ ପ୍ରତିଶୃତି ରେ ସ୍ଥଗିତ ରହିଲା ସଚେତନ ନାଗରିକ ମଞ୍ଚ ର ୧୦ ଦଫା ଦାବି ଧାର

କେସିଙ୍ଗା, ୫/୭ : (ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ପ୍ରମୁଖ ୧୦ ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଶନିବାର ଠାରୁ ସ୍ଥଗିତ ରଖାଯାଇଛି।‌ ଏହି ଆନ୍ଦୋଳନ ଗତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ୧୮ ଦିନରେ ପହଞ୍ଚିଥିଲା। ଇତିମଧ୍ୟରେ ବିଡିଓ, ତହସିଲଦାର ଏବଂ ଭବାନୀପାଟଣା ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଶେଷରେ ଆଜି କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଧାରଣା ସ୍ଥଳକୁ ଯାଇ ଆଲୋଚନା କରିଥିଲେସଚେତନ ନାଗରିକ ମଞ୍ଚ ପକ୍ଷରୁ ଯେଉଁ ୧୦ ଦଫା ଦାବି ପାଇଁ ଧାରଣା ଚାଲିଥିଲା ସେସବୁ ଉପରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ତରଫରୁ ଦାବି ଗୁଡ଼ିକ ଉପରେ ସରକାରଙ୍କୁ ରିପୋର୍ଟ କରାଯାଇଛି ବୋଲି କହିଥିଲେ। ଧାରଣାକୁ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ହେଲେ ସମସ୍ତ ଦାବିର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲା ଜିଲ୍ଲାପାଳଙ୍କୁ କହିଥିଲେ । ତେବେ ଜିଲ୍ଲାପାଳଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଧାରଣାକୁ ଆଜି ଠାରୁ ବିରତି ରଖାଗଲା ବୋଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଚେତନ ନାଗରିକ ମଞ୍ଚର ସଭାପତି ଘୋଷଣା କରିଥିଲେ । ଧାରଣା ସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ପ୍ରଶାସନ ପକ୍ଷରୁ ଭବାନୀପାଟଣା ଉପ ଜିଲ୍ଲାପାଳ ପ୍ରଭାତ ପରିଡାଙ୍କ ସମେତ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User