ନିମ୍ନ ମାନର ଶ୍ରେଣୀ ଗୃହ ନିର୍ମାଣ ଅଭିଯୋଗ ଆଣିଲେ ଗ୍ରାମବାସୀ।
ଝରିଗାଁ,୦୧l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଞ୍ଚାୟତ ଅନ୍ତର୍ଗତ ମହଣ୍ଡିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ରହିଥିଲା।ଗ୍ରାମବାସୀ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ସମସ୍ୟା ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି କରି ଆସୁଥିଲେ।ଗ୍ରାମବାସୀଙ୍କ ଦାବି ପରେ ପ୍ରଶାସନ ପକ୍ଷରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗ୍ରାମବାସୀ ନିମ୍ମ ମାନର କାମ ହେଉଥିବା ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବିକଶିତ ଗାଁ ବିକଶିତ ଓଡିଶା ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଆଠ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୂତନ ଭାବେ ଶ୍ରେଣୀ ଗୃହ ନିର୍ମାଣ କାମ ଚାଲିଛି।ତେବେ ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହରେ ଆବଶ୍ୟକ ଅନୁଯାୟୀ ଲୁହା ରୋଡ଼ ଲଗାଯାଉ ନଥିବା ଅଭିଯୋଗ ହୋଇଛି।ସେହିପରି କାନ୍ଥ ଗୁଡିକ ଅଙ୍କାବଙ୍କା ହୋଇ ନିର୍ମାଣ ହେଉଛି ଏବଂ ଲିଣ୍ଟେଲ ମଧ୍ୟ ସରକାରୀ ନିୟମ ଅନୁଯାୟୀ ପଡିନଥିବା ଗ୍ରାମର ଟିକ ପନକା, ନବୀନ ପନକା, ଦୂରସାଇ ଗଣ୍ଡ ପ୍ରମୁଖ ଅଭିଯୋଗ କରିଛନ୍ତି।ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉତ୍ତମ ଭାବେ କାମ କରିବା ପାଇଁ ଗ୍ରାମବାସୀ ଦାବି କରିବା ସହ କାମ ବନ୍ଦ କରିଥିବା କହିଛନ୍ତି।ଘଟଣା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ବିନତ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ କାମ ନିମ୍ମ ମାନର ହୋଇଥିଲେ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି।ଏଠାରେ ପ୍ରକାଶ ଯେ ଉକ୍ତ ବିଦ୍ୟାଳୟ ୧୯୭୩ ମସିହାରେ ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ପାଠ ପଢା ସମୟରେ ସମସ୍ୟା ଦେଖା ଦେଉଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
1
Sad
0
Angry
0
Comments (0)