ମେଦନା ଗ୍ରାମର ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ପାଳିତ ।
ଡାବୁଗାଁ,୧୫l୧୨(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ପଞ୍ଚାୟତ ସଦର ମହକୁମା ଠାରେ ମେଦନା ଗ୍ରାମର ଗ୍ରାମଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମାଁ କାଳୀ କଙ୍କାଳୁଣୀ ଙ୍କ ବାର୍ଷିକ ଦଶହରା ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି | ମାଁ କାଳୀ କଙ୍କାଳୁଣୀ ହେଉଛନ୍ତି ମେଦନା ଗ୍ରାମର ଇଷ୍ଟଦେବୀ | ସେ କେଉଁ ଆଦିମ କାଳରୁ ମେଦନା ଗ୍ରାମର ହାଟପଦା ପଡିଆରେ ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି |ବଜାର ପଡିଆ ପରିସରରେ ମାଁ ଙ୍କର ଏକ ସୁନ୍ଦର ଭବ୍ୟ ମନ୍ଦିର ବିଦ୍ୟମାନ ରହିଛି | ମା ଏକ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଆଖପାଖ ଅଞ୍ଚ ରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ମାଁଙ୍କ ପାଖରେ ଅଧିଆ ପଡିବା ସହିତ ମାନସିକ ରଖିଥାନ୍ତି | ପ୍ରତିବର୍ଷ ମାର୍ଗଶିର ମାସରେ ମାଁଙ୍କ ଦଶହରା ପଡେ | ଗ୍ରାମବାସୀ ଅତି ଶ୍ରଦ୍ଧାର ସହ ମାଁଙ୍କର ଏହି ଦଶହରା ଉତ୍ସବ ଟିକୁ ପାଳନ କରିଥାନ୍ତି |ମାଙ୍କ ଦଶହରା ପର୍ବରେ ଆଖପାଖ ଗ୍ରାମର ଦେବାଦେବୀଙ୍କ ସହ ଶିରା, ପୂଜାରୀ, ଲାଠି, ପାଲିଙ୍କି, ନରିଆ ଓ ରଇତ ଙ୍କ ସହ ନିମନ୍ତ୍ରିତ ହୋଇ ମାଁ ଙ୍କ ପୀଠକୁ ଆସିଥାନ୍ତି |ବଡ ଆଡମ୍ବର ସହକାରେ ପାଳିତ ହୁଏ ମାଙ୍କ ଦଶହରା | ଗାଁ ରେ ହଜାର ହଜାର ସଂଖ୍ୟକ ଭକ୍ତ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ ଜମେ |ଗ୍ରାମର ମୁଖ୍ୟ ବ୍ୟକ୍ତିମାନେ ଗ୍ରାମରେ ବୈଠକ ଡାକି କମିଟି ଗଠନ କରି ଶାନ୍ତି ଶୃଙ୍ଖଳାର ସହ ପାଳନ୍ତି ମାଙ୍କ ଦଶହରା |ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୂମଧାମରେ ପାଳିତ ହୋଇଛି ମାଙ୍କ ଦଶହରା | ଜମିଛି ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀ ସାଙ୍ଗକୁ ହଜାର ହଜାର ଲୋକଙ୍କ ସମାଗମ | ଲୋକେ ମାଙ୍କ ଦର୍ଶନ କରିବା ସହ ଉଠା ଦୋକାନୀ ମାନଙ୍କ ଠାରୁ ନାନା ପ୍ରଜାତିର ଖାଦ୍ୟ ସାମଗ୍ରୀ ସାଙ୍ଗକୁ ଗୃହ ଉପଯୋଗୀ ସାମଗ୍ରୀ ସବୁ କିଣିବାର ମଜା ନେଇଛନ୍ତି | ରାତ୍ରିରେ ଜନସାଧାରଣଙ୍କ ମନରଞ୍ଜନ ସକାଶେ ମାଲକାନଗିରି ଅଞ୍ଚଳର ଦୁଇଗୋଟି ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଛି |ଛୋଟ ଛୋଟ ପିଲା ଓ ଯୁବକ ଯୁବତୀମାନେ ମିନା ବଜାର ମଧ୍ୟରେ ପଶି ବିଭିନ୍ନ ଖେଳର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି|ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ମେଦନା ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ପୂର୍ବତନ ନାଏବ ସରପଞ୍ଚ ତୁଲାରାମ ଗୌଡ଼,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶଶୀଧର ମାଝୀ, ୱାର୍ଡ ମେମ୍ବର ମଧୁ କଲାର,ୱାର୍ଡ ମେମ୍ବର ହରି ହରିଜନ, ୱାର୍ଡ ମେମ୍ବର ଦାସ ଭତରା, ୱାର୍ଡ ମେମ୍ବର ବିଶ୍ୱନାଥ ପୂଜାରୀ, ପର୍ଶୁରାମ କଲାର , ଜଗନ୍ନାଥ ମେହେର, କମଳଚନ ମାଝୀ, ହରିବନ୍ଧୁ ଭତରା, ସୋମନାଥ ଗୌଡ଼, ଶିବ ପ୍ରସାଦ ମିଶ୍ର, ରାଜମନ କଲାର, ଦୀନବନ୍ଧୁ ମାଝୀ, ସୁବାଷ ହରିଜନ, ପୁସ୍ତମ ମାଝୀ, ସୋନୁ ମାଝୀ, ଘାସି ପୂଜାରୀ, ମଙ୍ଗଳୁ ପୂଜାରୀ, ଶୀଦାସ ଗାଣ୍ଡା ପ୍ରମୁଖ ମାଙ୍କ ଦଶହରା ପର୍ବର ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ପର୍ବ ଟିକୁ ସରସ ସୁନ୍ଦର କରିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?