ସଦର ବ୍ଲକ ଯାଦବ ମହାସଭା ସାଧାରଣ ବୈଠକ ଅନୁଷ୍ଠିତ*

Dec 15, 2025 - 14:39
0 18
ସଦର ବ୍ଲକ ଯାଦବ ମହାସଭା ସାଧାରଣ ବୈଠକ ଅନୁଷ୍ଠିତ*

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ  ୧୫/୧୨  (ଷ୍ଟାରନିୟୁଜ ଓଡିଶା)  ଚହଗାଁ ବଜାର ପ୍ରାଙ୍ଗଣ ଠାରେ ସଦର ବ୍ଲକ ଯାଦବ ମହାସଭା ସଭାପତି ଦେବରାଜ ଗହୀରଙ୍କ ସଭାପତିତ୍ବରେ ଏକ ଚିନ୍ତନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥୁରାମ ବାଗ ସମ୍ପାଦକ ସଦର ବ୍ଲକ ଯାଦବ ମହାସଭା ସମସ୍ତଙ୍କୁ ସ୍ଵାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ବୈଠକରେ ଲିଙ୍ଗରାଜ ଗହୀର, ପୂର୍ବତନ ସଭାପତି ସଦର ବ୍ଲକ ଯାଦବ ମହାସଭା, ପୂର୍ବତନ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ ଗଉଡ, ଶ୍ରୀ ଗିରିଧାରୀ ତେଜି ସଭାପତି,  ଯାଦବ ମହାସଭା ଗୋଲା ମୁଣ୍ଡା, ଜଗଦୀଶ ଯାଦବ ଓ ଧବଲେଶ୍ୱର୍ ବାଗ  ପ୍ରମୁଖ ଉପସ୍ଥିତ ରହି ଯାଦବ ସମାଜର ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ,ଦାଦନ ସମସ୍ୟା,ଯୁବକଙ୍କ  ସଂଗଠିତ ହୋଇ ନିଜ ଅଧିକାର ପାଇବା, ଅର୍ଥନୈତିକ ଅଭିବୃଦ୍ଧି,ରାଜନୀତିକ ଅଧିକାର,
ନିଶା ମୁକ୍ତ ସମାଜ ଗଠନ, ବାଲ୍ୟ ବିବାହ ନ କରିବା, ସାମାଜିକ କାର୍ଯ୍ୟରେ ମଦ୍ୟପାନ ନ କରିବା ତଥା ଯାଦବ ସମ୍ବିଧାନ ମାନି କାର୍ଯ୍ୟକାରି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିରେ ଆଞ୍ଚଳିକ ଯାଦବ ସମିତି  ସଭାପତି, ସମ୍ପାଦକ, କାର୍ଯ୍ୟକର୍ତ୍ତା, ଜାତି

ପ୍ରେମୀ ଯାଦବ ବନ୍ଧୁ ଯୋଗଦାନ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User