ବାଇକରୁ ପଡ଼ି ଦୁଇ ଯୁବକ ଗୁରୁତର।
ଝରିଗାଁ,୧୫l୧୨(ଷ୍ଟାର ନିୟୁଜ ଓଡିଶା): ଭାରସାମ୍ୟ ହରାଇ ବାଇକ୍ ରୁ ଖସି ଦୁଇ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଝରିଗାଁ ଡାବୁ ଗାଁ ମୁଖ୍ୟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଝରିଗାଁ ଠାରୁ ବୋରିଗୁମ୍ମା ଯାଉଥିବା ବେଳେ କୁଟ୍ରି ଛାପର ପଞ୍ଚାୟତ କଲେ ଗାଁ ନିକଟ ବୁଲାଣି ରାସ୍ତାରେ ସାମାନା ଆଡୁ ଆସୁଥିବା ବାଇକ୍ ଚାଳକ କୁ ବଞ୍ଚାଇବାକୁ ଯାଇ ବାଇକ୍ ଭାରସାମ୍ୟ ହରାଇବା ଫଳରେ ଦୁଇ ଯୁବକ ଗାଡିରୁ ଛିଟିକି ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଯୁବକକୁ ଅଗ୍ନିଶମ ଗାଡ଼ି ରେ ଆଉ ଅନ୍ୟ ଯୁବକ ଜଣଙ୍କୁ ବାଇକ୍ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଜଣେ ଯୁବକ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ବାଇକ୍ ପଛରେ ବସିଥିବା ଯୁବକ ର ବାମ ଆଖି ଓ କପାଳରେ ଆଘାତ ଲାଗିଛି। ଗୋଡ଼ ଭାଙ୍ଗି ଆହତ ହୋଇଥିବା ଯୁବକ ଜଣକ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ପଞ୍ଚାୟତ ଅନ୍ତର୍ଗତ ଗିରିଲୀ ଗୁଡ଼ା ଗ୍ରାମର ବଳିରାମ୍ ଜାନି (୨୭) ଏବଂ ଅନ୍ୟ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ପାପଦାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ସଦର ମହକୁମା ର କିଶୋର ହରିଜନ (୨୨) ବୋଲି ଜଣା ପଡିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?