ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଗ୍ରାମବାସୀ।

Dec 15, 2025 - 06:27
 0  65
ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଗ୍ରାମବାସୀ।

ଝରିଗାଁ,୧୫l୧୨(ଷ୍ଟାର ନିୟୁଜ ଓଡିଶା): ଜୟପୁର ରେକ ପଏଣ୍ଟରୁ ଆସୁଥିବା ଏକ ସାର ବୋଝେଇ ଟ୍ରକକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି।ସୂଚନା ପ୍ରକାରେ ଜୟପୁର ରେକରୁ ଟ୍ରକ ନମ୍ବର OR10J 2845 ଯାଉଥିବା ବେଳେ ଭାଲୁକନାଡ଼ି ପଞ୍ଚାୟତ ଅନ୍ତର୍ଗତ ସାରିଆପଡା ଗ୍ରାମ ନିକଟରେ ଡ୍ରାଇଭର ଟେମେରା ଗ୍ରାମ ରାସ୍ତା ପଚାରି ବୁଝିଥିଲେ।ଗ୍ରାମବାସୀ ଡ୍ରାଇଭରଙ୍କୁ କଣ ନେଇ ଯାଉଛ ବୋଲି ପଚାରିବା ପରେ ସାର ନେଇ ଯାଉଥିବା କହିଥିଲେ।ଗ୍ରାମବସୀଙ୍କୁ ସନ୍ଧେହ ହେବା ଯୋଗୁଁ ଟ୍ରକ ଅଟକ ରଖି ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀଙ୍କୁ ଡାକିଥିଲେ।ସମସ୍ତେ ଗାଡି ଅଟକ ରଖି ଝରିଗାଁ କୃଷି ବିଭାଗକୁ ସୂଚନା ଦେଇଥିଲେ।ଝରିଗାଁ କୃଷି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କାଗଜ ପତ୍ର ଦେଖିଥିଲେ।ଡ୍ରାଇଭର ଦେଇ ଥିବା ଡେଲିଭରି ଚାଲାଣରେ ଜୟପୁର ରେକରୁ ୭ ଶହ ବସ୍ତା DAP ସାର ଝରିଗାଁ ଅଶୋକ ଡ଼ିଲର ପାଖକୁ ଯାଉଥିବା ଲେଖା ଯାଇଥିଲା।କିଛି ସମୟ ପରେ ଝରିଗାଁ ବ୍ଲକ ଟେମେରା ପଞ୍ଚାୟତରେ ରହୁଥିବା ଡ଼ିଲର ଅଶୋକ ସାର ରାଇଘର ବ୍ଲକ ଯିବା କଥା ଭୁଲରେ ଏପଟେ ଆସିଯାଇଥିବା କହିଥିଲେ।ଡ଼ିଲରଙ୍କ ଏଭଳି କଥା ଶୁଣି ଗ୍ରାମବାସୀ ଅଧିକ ସନ୍ଧେହ କରିବା ସହ ଝରିଗାଁ ଠିକଣା ଥିବା ବେଳେ ରାଇଘର କିଭଳି ଯିବ ବୋଲି ଟ୍ରକ ଅଟକ ରଖିଥିଲେ।ସେହିପରି ସାର କଳା ବେପାର କରିବା ପାଇଁ ଆସିଥିବା ଅଭଯୋଗ କରିଥିଲେ।କୃଷି ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରିବା ସହ ଅଧିକ ତଦନ୍ତ ପାଇଁ ନିଜ କାର୍ଯ୍ୟାଳୟକୁ ନେଇ ଥିଲେ।ଶେଷରେ ସମସ୍ତ କାଗଜ ପତ୍ର ଠିକ ଥିବା ଜାଣିବା ପରେ ଛାଡି ଦେଇ ଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR