ଗ୍ରାମ ବାସି ଅତିଷ୍ଠ ହୋଇ ରାସ୍ତାକୁ ଚାଷ ଜମିକ କରିଥିବା ଦୃଶ୍ୟ ସାମନାକୁ ଆସିଛି। କାଦ ପଚ ପଚ ରାସ୍ତା ନାହିଁ ନ ଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଅଞ୍ଚଳବାସୀ l

Jul 15, 2025 - 08:19
0 149
ଗ୍ରାମ ବାସି ଅତିଷ୍ଠ ହୋଇ ରାସ୍ତାକୁ ଚାଷ ଜମିକ କରିଥିବା ଦୃଶ୍ୟ ସାମନାକୁ ଆସିଛି। କାଦ ପଚ ପଚ ରାସ୍ତା ନାହିଁ ନ ଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଅଞ୍ଚଳବାସୀ l

 କାଦ ପଚ ପଚ ଅଧପନ୍ତରିଆ ରାସ୍ତାରେ ଅତିଷ୍ଠ ହୋଇ ଚାଷ ଜମି କରିବାକୁ ବାଧ୍ୟ ହେଲେ ଗ୍ରାମବାସି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତ ସୁକିଙ୍ଗିଆ ପାଙ୍ଗୁରୁମିଲା ଗାଁ ଲୋକଙ୍କ ଦୁର୍ଦ୍ଦଶା। ଲଗାଣ ବର୍ଷାରେ ପରମପଙ୍ଗା ପଞ୍ଚାୟତ ରୁ ସୁକୁଙ୍ଗିଆ ଦେଇ ବରିକିଆ ରାସ୍ତାରେ ଏକ ପୋଲ ନିର୍ମାଣଧିନ ଅବସ୍ଥାରେ ଅଧପନ୍ତରିଆ ହୋଇ ପଡ଼ି ରହିଛି l ଯାହା ଫଳରେ ସେହି ଅଞ୍ଚଳ ବାସୀ ଗମନା ଗମନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥାର ମାଲ ବୁହା ଗାଡ଼ି, ଟ୍ରକ , ଟାକଟର ଓ ଜେଶିବି ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ଦ୍ଵାରା  ସେହି ମାଟି ରାସ୍ତା ଖାଲ ଖମା ହୋଇ କାଦ ପଚ ପଚ ହୋଇଛି l ସ୍କୁଲ ପିଲାଠୁ ଆରମ୍ଭ କରି ଜରୁରୀ କାଳୀନ ପରିସ୍ଥିତି ଯିବା ଆସିବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଗ୍ରାମ ବାସି କହିଛନ୍ତି ଏହି ରାସ୍ତା ନିମନ୍ତେ ପଞ୍ଚେୟତ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯନ୍ତ ଦାବିପତ୍ର ରଖିଥିଲେ ସୁଧା ପ୍ରଶାସନ ଦୃଷ୍ଟି ଗୋଚର କରିନାହାନ୍ତି ବୋଲି କହିଛନ୍ତି ଗ୍ରାମବାସି l 

ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚେୟତ ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁଜ  l

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User