ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

Jul 15, 2025 - 08:23
Updated: 1 year ago
0 37
ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

 କଳାହାଣ୍ଡି ଜିଲ୍ଲା. ତା ୧୪/0୭( ଷ୍ଟାରନିୟୁଜ ଓଡିଶା)ଭବାନୀପାଟଣା ବ୍ଲକ ଅଫିସ, ମିଶନ ଶକ୍ତି ଭବନ ଠାରେ MEPSC ଦ୍ୱାରା ଭବାନୀପାଟଣା ଗ୍ରାମଞ୍ଚଳ ର ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ରେ ଗ୍ରାମଞ୍ଚଳ ନିରୀକ୍ଷକ ଶ୍ରୀମତି ସତ୍ୟଭାମା ନାଏକ ଉପସ୍ଥିତ ଥିଲେ ଏବଂ MEPSC ର ବ୍ଲକ ସଂଯୋଜକ ମନୋଜ ରତେ, କ୍ଷୀରସିନ୍ଧୁ ମାହାଳିକ ଓ ତାଲିମଦାତ୍ରି ମେହରୋଜା ବେଗମ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କେନ୍ଦ୍ରଗୁଡ଼ିକ 0-6 ବର୍ଷ ବୟସର ପିଲା, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକାରୀ ମାଆମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ଭାବରେ କାର୍ଯ୍ୟ କରନ୍ତି। ସେମାନେ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନାର ଏକ ପ୍ରମୁଖ ଅଂଶ, ଯାହାର ଲକ୍ଷ୍ୟ ଛୋଟ ପିଲାମାନଙ୍କର ସାମଗ୍ରିକ ସୁସ୍ଥତା ଏବଂ ବିକାଶକୁ ଉନ୍ନତ କରିବା।
ଅଙ୍ଗନୱାଡିର ଉଦ୍ଦେଶ୍ୟ ବିଷୟରେ ଏଠାରେ ଏକ ବିସ୍ତୃତ ଦୃଷ୍ଟି ଦିଆଯାଇଛି ଶିଶୁର ଉପଯୁକ୍ତ ମାନସିକ, ଶାରୀରିକ ଏବଂ ସାମାଜିକ ବିକାଶ ପାଇଁ ମୂଳଦୁଆ। ଛଅ ବର୍ଷରୁ କମ୍ ବୟସର ପିଲାମାନଙ୍କର ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣ। ମୃତ୍ୟୁହାର, ଅସୁସ୍ଥତା, କୁପୋଷଣ ଏବଂ ସ୍କୁଲ ଛାଡ଼ୁଥିବା ଘଟଣା ହ୍ରାସ କରନ୍ତୁ। ଅଙ୍ଗନୱାଡି କେନ୍ଦ୍ରରେ ମୋଟ 11 ଟି ରେଜିଷ୍ଟର ରଖାଯିବା କଥା ଯେପରିକି ପରିପୂରକ ଖାଦ୍ୟ ବଣ୍ଟନ ରେଜିଷ୍ଟର, ଗୃହ ପରିଦର୍ଶନ ଯୋଜନା ରେଜିଷ୍ଟର, ପ୍ରାକ୍-ସ୍କୁଲ ଶିକ୍ଷା ରେଜିଷ୍ଟର, ଟୀକାକରଣ ରେଜିଷ୍ଟର, ପିଲାମାନଙ୍କର ଓଜନ ରେକର୍ଡ ରେଜିଷ୍ଟର, ପରିବାର ବିବରଣୀ ରେଜିଷ୍ଟର, ରେଫରାଲ୍ ରେଜିଷ୍ଟର, ଗର୍ଭାବସ୍ଥା ଏବଂ ପ୍ରସବ ରେଜିଷ୍ଟର, ଆଉରୀ ଆଗକୁ ଦକ୍ଷତା ର ବିକାଶ କେମିତି ଆହୁରି ହେଇପାରିବ ସେ ଦିଗରେ ଟ୍ରେନିଂ ମାଧମରେ ସୂଚନା କରାଯାଉଛି l ନିଜର କେମିତି ଦକ୍ଷତା ବୃଦ୍ଧି ଏବଂ କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଉନ୍ନତି ହେବ ସେ ଦିଗରେ ଆଲୋଚନା ମଧ୍ୟ ହୋଇଥିଲା l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User