ପ୍ରତିଭା ଅନୁଷ୍ଠାନର କଳାକାରଙ୍କୁ ସମ୍ବର୍ଦ୍ଧନା

Jul 15, 2025 - 08:14
0 32
ପ୍ରତିଭା ଅନୁଷ୍ଠାନର କଳାକାରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୧୪।୦୭ (ଷ୍ଟାରନିୟୁଜ ଓଡିଶା) କଳାହାଣ୍ଡିର ଲୋକକଳା ଓ ଲୋକଗୀତକୁ ବହୁଥର ବିଶ୍ଵ ଦରବାରରେ ପହଞ୍ଚାଇ ପ୍ରଶଂସିତ ହୋଇଥିବା ପ୍ରତିଭା ଅନୁଷ୍ଠାନର କଳାକାରମାନେ ପୁଣିଥରେ ଆଉ ଏକ ସଫଳତା ସାଉଁଟିଛନ୍ତି। ଗତ ଜୁଲାଇ ୦୫ ତାରିଖରୁ ୦୭ ପର୍ଯ୍ୟନ୍ତ ଋଷିଆର ମସ୍କୋଠାରେ ଅନୁଷ୍ଠିତ ହୋଇଥିବା ଭାରତ ମହୋତ୍ସବରେ ଯୋଗଦାନ କରି ଏହି ଜିଲ୍ଲାକୁ ଗୌରବାନ୍ବିତ କରିଥିବା ଅବସରରେ କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଏକ ସମ୍ଭର୍ଦ୍ଧନା ସଭା  ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସଚିବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରବୋଧ କୁମାର ରଥ, ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା, ପ୍ରଭାସ ଚନ୍ଦ୍ର ମିଶ୍ର, ସଂସ୍କାର ଭାରତୀ ପ୍ରାନ୍ତୀୟ ଅଧ୍ୟକ୍ଷ ହରେକୃଷ୍ଣ ଭୋଇ, ବିଶିଷ୍ଟ ମଞ୍ଚ କଳାକାର ଅଶୋକ କୁମାର ପାତ୍ର, ନାଟ୍ୟଗୁରୁ ଭୀମସେନ ସାହୁ, ପରିଷଦର ଉପସଭାପତି  ସୁରେନ୍ଦ୍ର ପ୍ରସାଦ ନେଗୀ, ଡ.ତପନ କୁମାର ରଥ, କୋଷାଧ୍ୟକ୍ଷ ଭାଗିରଥି ବେହେରା, ଗୋପାଳ ଚନ୍ଦ୍ର ସାହୁ, ନରେନ୍ଦ୍ର କୁମାର ପଣ୍ଡା ସମସ୍ତ କଳାକାରଙ୍କ ପ୍ରୟାସ ଏବଂ ଉଦ୍ୟମକୁ ପ୍ରଶଂସା କରି ନିଜ ନିଜ ମତବ୍ୟକ୍ତ କରିଥିଲେ। ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନନ୍ଦନ ପଣ୍ଡା ଏବଂ ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ ସେମାନଙ୍କର ଅନୁଭବ ଏବଂ ତାଙ୍କର କଳା ପ୍ରଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଏହି କାର୍ଯ୍ୟକ୍ରମର ନୈପଥ୍ୟ ନାୟକ ମାନ୍ୟବର ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ। ତତ୍ପରେ ଧ୍ୟାନନ୍ଦନ ପଣ୍ଡା, ଚିଣ୍ଟୁ ପ୍ରସାଦ ନାଏକ, ସର୍ବେଶ୍ଵର ଭୋଇ ଓ ଅନ୍ୟ ୯ ଜଣ କଳାକାରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଭବନାଥ ରାୟଗୁରୁ ପରିଚାଳନା କରିଥିବାବେଳେ ଶୁଭେନ୍ଦୁ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଭ୍ୟ ଶେଷଦେବ ମିଶ୍ର , ତାପସ ପଟେଲ, ନମିତା ମିଶ୍ର, ଶ୍ରୀମତୀ ସସ୍ମିତା ମହାନ୍ତି, ଶ୍ରୀମତୀ ସସ୍ମିତା ରଥ, ବୈଷ୍ଣବୀ ପଲକ୍, ଲିପ୍ସା ମହାରଣା ଓ ରାମ ପ୍ରସାଦ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User