ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ।

Jul 14, 2025 - 22:23
0 180
ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ।

ଝରିଗାଁ,୧୪l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର ଜଣେ ଦାଦନ ଶ୍ରମିକ ତାମିଲନାଡୁ ରାଜ୍ୟ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ଠାରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ କୁରୁଙ୍ଗାବେଡା ଗ୍ରାମର କୁମ ମାଝୀଙ୍କ ତୃତୀୟ ପୁଅ ଚୈତୁ ମାଝୀ(୨୨) ଗତ ୬ ମାସ ତଳେ କୁରୁଙ୍ଗାବେଡା ଗ୍ରାମର କିଛି ଯୁବକ ସହ ତାମିଲନାଡୁ ଦାଦନ ଖଟିବା ପାଇଁ ଯାଇଥିଲେ।ତେବେ ଆଜି ସକାଳୁ 407 ଗାଡ଼ିରେ ପାଣି ନେଇ ଯାଉଥିବା ବେଳେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ଠାରେ ଦିନ ୯ ଘଣ୍ଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।ଫଳରେ ଚୈତୁ ମାଝୀଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ହୋଇଥିଲା।407 ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ଶ୍ରମିକ ତୁରନ୍ତ ଚୈତୁଙ୍କୁ ଗୁରୁତର ଅବସ୍ଥାରେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଚୈତୁଙ୍କ ଦେହାନ୍ତ ହୋଇ ଯାଇଥିଲା।ଦେହାନ୍ତ ପରେ ଚୈତୁଙ୍କ ଭେଣେଇ ସମ୍ବାରୁ ନାୟକ ଘଟଣା ସମ୍ପର୍କରେ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। । ମୃତ ଚୈତୁଙ୍କ ବାପା କୁମ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ମୃତ ଚୈତୁଙ୍କ ଶବ ବ୍ୟବଚ୍ଛେଦ ପରେ ଭେଣେଇ ସମ୍ବାରୁ ନିଜ ଘରକୁ ଶବ ନେଇ ଆସିବେ ବୋଲି ସଂବାରୁ ନାୟକ ଫୋନ ରେ ସୂଚନା ଦେଇଛନ୍ତି। ।ସେହିପରି ପରିବାର ଲୋକ ସଂପୃକ୍ତ କମ୍ପାନୀ ଠାରୁ ମୃତ ପୁଅର ଆର୍ଥିକ କ୍ଷତି ପୁରଣ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User