ସମସ୍ୟା ଘେରରେ ବାରବୁଲି ଗାଁ ଗାଁ ବିକାଶରେ ବାଧକ ସାଜିଛି ରାସ୍ତା ଓ ପୋଲ,ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଏମାନଙ୍କ ପାଇଁ ସାତ ସପନ*

Jul 5, 2025 - 22:27
Jul 7, 2025 - 21:31
 0  20
ସମସ୍ୟା ଘେରରେ ବାରବୁଲି ଗାଁ ଗାଁ ବିକାଶରେ ବାଧକ ସାଜିଛି ରାସ୍ତା ଓ ପୋଲ,ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଏମାନଙ୍କ ପାଇଁ ସାତ ସପନ*

କଳାହାଣ୍ଡି ଜିଲ୍ଲା /ଲାଞ୍ଜିଗଡ: ତା ୫/୭  (ଷ୍ଟାରନିୟୁଜ ଓଡିଶା)ଲାଞ୍ଜିଗଡ, ଗାଁକୁ ରାସ୍ତା ନାହିଁକି ପୋଲ ନାହିଁ।ଫଳରେ ବାରବୁଲି ଗ୍ରାମର ୧୨ଟି ଆଦିବାସୀ ପରିବାର ରହିଥିବା ବେଳେ ଉନ୍ନତି ମୂଳକ କାମ ହେଇପାରୁନାହିଁ।ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରୁନାହିଁ।ବର୍ଷା ଦିନେ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀଙ୍କୁ ଖଟିଆ ଓ ଭାରରେ ବୋହି ନଦୀ ପାର କରିଥିବା ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତର ଏକ ଆଦିବାସୀ ଗାଁ ବାରବୁଲି ।ଏହି  ୧୨ଟି  ଆଦିବାସୀ ପରିବାର ରହୁଥିବା ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି ।ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୭ କିମି ଦୂରରେ ଥିବା ବେଳେ  ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ସବୁ ଦୃଷ୍ଟିରୁ  ଅବହେଳିତ ହୋଇ ରହିଛି ଏହି ବାରବୁଲି ଗାଁ। ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା  ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପହାସ କରୁଛି ଏହି ଗାଁ। ବର୍ଷ ବର୍ଷ ଧରି  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ। ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୂଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପୋଲ। ରାସ୍ତା ନଥିବା ଯୋଗୁଁ ଗାଁରେ ବିକାଶ ମୂଳକ କାମ ହୋଇ ପାରୁନଥିବା ବେଳେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ଖଟିଆ ଓ ଭାରରେ ବୋହି ନଦୀ ପାର କରିବାକୁ ପଡୁଛି।ଗାଁଠାରୁ ୩ କିମି ଦୂରରେ ନିକଟସ୍ଥ ଗାଁ ଟାଙ୍ଗନ କଣାରେ ପ୍ରାଥମିକ ବିଦ୍ୟାଳୟ ରହିଛି।କିନ୍ତୁ ଗାଁ ଗୋଟିଏ ମଧ୍ୟ ପିଲା ସେହି ସ୍କୁଲରେ ପାଠ ପଢ଼ୁନାହାନ୍ତି।କାରଣ ଗାଁ ନିକଟରେ ଥିବା ବାରହାତୀ ନଦୀ ପିଲାଙ୍କ ପାଇଁ ବାଧକ ସାଜିଛି।ଏଣୁ ଲାଞ୍ଜିଗଡ, ବାଣୀପଙ୍ଗା, ରାଜାପଡା ଆଦି ହଷ୍ଟେଲ ସ୍କୁଲରେ ପିଲାଙ୍କୁ ପାଠପଢିବା ପାଇଁ ଛାଡିଛନ୍ତି।ଆଉ ଯେଉଁମାନେ ଗାଁରେ ଅଛନ୍ତି ଛେଳି, ଗାଈ ଚରାଉଛନ୍ତି।ସେହିପରି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଟାଙ୍ଗନକଣା ଗାଁରେ ରହିଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଗାଁକୁ ଆସି ପିଲାଙ୍କ ଖାଦ୍ୟ ଦେଇ ଯାଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ବର୍ତ୍ତମାନ ସପ୍ତାହ ହେଲା ଲଗାଣ ବର୍ଷା ଯୋଗୁଁ ଗାଁ ଲୋକେ ଏକ ପ୍ରକାର ବନ୍ଦୀ ଜୀବନଯାପନ କରୁଥିବା କହିଛନ୍ତି।ଗୋଟିଏ ପଟେ ଗାଁ ନିକଟରେ ଥିବା ବାରହାତୀ ନଦୀ ଅନ୍ୟପଟେ ଟାଙ୍ଗନକଣା ଡେମ ରହିଛି।ଯାହା ଫଳରେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଖାଟିଆ ଓ ଭାରରେ ବୋହି ଗାଁ ନିକଟସ୍ଥ ନଦୀ ପାର କରି ୧ କି:ମି କଚା ରାସ୍ତା ଦେଇ ଗଲା ପରେ ଏମାନଙ୍କୁ ଆମ୍ବୁଲାନ୍ସ ସେବା ମିଳିଥାଏ।ଏହି ଗାଁ ସମସ୍ୟା ନେଇ ବ୍ଳକ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ୨୦୨୩ ଫେବ୍ରୁଆରୀ ୨୮ ତାରିଖରେ କଳାହାଣ୍ଡି ତତ୍କାଳୀନ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଗାଁକୁ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।ଗାଁଟି ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଯାଉଥିବା ବେଳେ ସେମାନଙ୍କୁ ଡାକି ପୋଲ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଏହାର ଏକ ବଜେଟ ବନାଇ ଦିଅ ଏକ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ସମୟ ଅତିକ୍ରମ କରି ଯାଇଥିବା ବେଳେ ଜିଲ୍ଲା ପାଳଙ୍କ ମଧ୍ୟ ବଦଳି ହୋଇଗଲା।ଏଣୁ ଗାଁ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗାଁର କର୍ଣ୍ଣ ମାଝୀ,ରାଇସାନା ମାଝୀ, ବନମାଳୀ ମାଝୀ, ଦ୍ରୁଣ ମାଝୀ, ଗୌରାଙ୍ଗ ମାଝୀ, ସାନ ମାଝୀ, ରାଜେଶ ମାଝୀ ନିବେଦନ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow

SUJAYA EDITOR