ଶୋକାତୁର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲେ ଚଚା ମଣ୍ଡଳ ସାଧାରଣ ସମ୍ପାଦକ ଓ ଏସଟି ମୋର୍ଚା ସଭାପତି ।

Jul 28, 2025 - 22:09
0 24
ଶୋକାତୁର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲେ ଚଚା ମଣ୍ଡଳ ସାଧାରଣ ସମ୍ପାଦକ ଓ ଏସଟି ମୋର୍ଚା ସଭାପତି ।

ଝରିଗାଁ,୨୮l୭ (ଷ୍ଟାର ନିୟୁଜ ଓଡିଶା ): ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ବର୍ଗଙ୍କ ପାଖରେ ପହଂଚି ଆଜି ସମବେଦନା ଜଣେଇଛନ୍ତି ଚଚା ମଣ୍ଡଳର ବିଜେପି ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ ଓ ଏସଟି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ |ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର କୁମ ମାଝୀଙ୍କ ତୃତୀୟ ପୁଅ ଚୈତୁ ମାଝୀ(22) ଗତ 6 ମାସ ତଳେ ତାମିଲନାଡୁ ରାଜ୍ୟର ଡିଣ୍ଡିଗୁଲ ଜିଲ୍ଲାକୁ ଦାଦନ ଖଟିବା ପାଇଁ ଯାଇଥିଲେ।ତେବେ ଗତ 14ତାରିଖ ଦିନ 407 ଗାଡ଼ିରେ ପାଣି ନେଇ ଯାଉଥିବା ବେଳେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ଠାରେ ଦିନ 9 ଘଣ୍ଟା ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।ଫଳରେ ଚୈତୁ ମାଝୀଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ହୋଇଥିଲା।407 ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ଶ୍ରମିକ ତୁରନ୍ତ ଚୈତୁଙ୍କୁ ଗୁରୁତର ଅବସ୍ଥାରେ ଡିଣ୍ଡିଗୁଲ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଦିନ ଅପରାହ୍ନ 2 ଘଣ୍ଟା ସମୟରେ ଚୈତୁଙ୍କ ଦେହାନ୍ତ ହୋଇ ଯାଇଥିଲା।ଦେହାନ୍ତ ପରେ ଚୈତୁଙ୍କ ଭେଣେଇ ସମ୍ବାରୁ ନାୟକ ଘଟଣା ସମ୍ପର୍କରେ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। । ମୃତ ଚୈତୁଙ୍କ ବାପା କୁମ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ଖବର ଶୁଣି ଚଚା ମଣ୍ଡଳର ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ ଓ ଏସଟି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ 15ତାରିଖ ସନ୍ଧ୍ୟାରେ ଚୈତୁଙ୍କ ଘରେ ପହଂଚି ସକଳ କଥା ପଚାରି ବୁଝିବା ପରେ ଚୈତୁଙ୍କ ବାପା ଓ ଭାଇଙ୍କୁ ସାଙ୍ଗରେ ଧରି ବିଧାୟକଙ୍କ ବାସ ଭବନରେ ପହଂଚି ଦୁଃଖଦ ଘଟଣା ବିଷୟରେ ଜଣେଇବା ସହ ସହାୟତା ପାଇଁ ଅନୁରୋଧ କରିଥିଲେ|ବିଧାୟକ ମଧ୍ୟ ସମସ୍ତ ବୃତାନ୍ତ ଶୁଣିବା ପରେ ସଙ୍ଗେ ସଙ୍ଗେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ|16ତାରିଖ ଦିନ ନିଜେ ଜିଲ୍ଲା ଶ୍ରମ ଅଧିକାରୀ କୁରୁଙ୍ଗାବେଡା ଗ୍ରାମରେ ପହଂଚି ଚୈତୁଙ୍କ ପରିବାର ସହିତ ଆଲୋଚନା କରି ନବରଙ୍ଗପୁର ଆସ ଆମ ଅଫିସର ଗାଡି ଦେବା ବୋଲି କହିଥିଲେ|ଏ ସମ୍ପର୍କରେ ପ୍ରତାପ ବିଧାୟକଙ୍କୁ ଜଣେଇବା ପରେ ବିଧାୟକ ସଙ୍ଗେ ସଙ୍ଗେ ଏକ କାର ର ବ୍ୟବସ୍ଥା କରି ପଠେଇବା ପରେ ଚୈତୁଙ୍କ ବାପା ଓ ଭାଇ ନବରଙ୍ଗପୁର ଶ୍ରମିକ ଅଫିସରେ ପହଂଚି ସେଠାରୁ ଅଫିସ ଗାଡିରେ ତାମିଲନାଡୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ|ସେଠାରେ ପହଂଚି ଦେଖିଲା ବେଳକୁ ଶବ ସମ୍ପୂର୍ଣ୍ଣ ପଚି ଯାଇଥିବା ସହିତ ତହିଁରୁ ଦୁର୍ଗନ୍ଧ ବାହାରୁଥିଲା|ତେଣୁ ଘରକୁ ନେବା ସମ୍ଭବ ନୁହେଁ ଭାବି ସେଠାରେ ହିଁ ଚୈତୁର ଶବ ଦାହ କରି ଘରକୁ ଫେରିଥିଲେ| ଆଜି କୁରୁଙ୍ଗାବେଡା ଗ୍ରାମରେ ଚୈତୁର ଦଶାହ କ୍ରିୟା ଚାଲିଥିବା ଖବର ଶୁଣି ବିଧାୟକ ପ୍ରତାପ ଦୁରିଆଙ୍କୁ ପ୍ରତିନିଧି ଭାବେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ|ବିଧାୟକଙ୍କ ନିର୍ଦେଶ କ୍ରମେ ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ ବିଧାୟକ ପ୍ରତିନିଧି ଭାବେ ଦଶାହ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଝରିଗାଁ ଏସଟି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ, ସମାଜସେବୀ ପୂର୍ଣ୍ଣ ଶାନ୍ତ ଚୈତୁଙ୍କ ଘରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେବା ସହିତ ସମବେଦନା ଜଣେଇ ଥିଲେ ଓ ବିଭିନ୍ନ ସମସ୍ୟା ଉପରେ ପରିବାର ସହିତ ଆଲୋଚନା କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User