ବର୍ଷାରେ ଭାଙ୍ଗିଲା ଘର ସମ୍ପର୍କୀୟ ଘରେ ଆଶ୍ରୟ ନେଇ ଛନ୍ତି ପରିବାର।

Jul 28, 2025 - 22:16
0 21
ବର୍ଷାରେ ଭାଙ୍ଗିଲା ଘର ସମ୍ପର୍କୀୟ ଘରେ ଆଶ୍ରୟ ନେଇ ଛନ୍ତି ପରିବାର।

ଝରିଗାଁ,୨୮l୭ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବେଳଝରି ଗ୍ରାମର ପୋଡ଼ା ଗ୍ରାମ ବାଗଗୁଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଗତକାଲି ରାତ୍ର ଗୋଟିଏ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ବାଗଗୁଡ଼ା ଗ୍ରାମର ପ୍ରେମ ଗୌଡ଼ ଦୀର୍ଘ ୧୦ ବର୍ଷ ତଳେ କୁଲି ମଜୁରୀ କରି ବହୁ କଷ୍ଟରେ ଦୁଇ ବଖରା ବିଶିଷ୍ଟ ମାଟି ଘର ନିର୍ମାଣ କରିଥିଲେ।ତେବେ ବର୍ଷ ବର୍ଷ ଧରି ବର୍ଷା ପାଣି କାନ୍ଥରେ ପଡି ପଡି ଦୁର୍ବଳ ହୋଇ ଯାଇଥିଲା।କାନ୍ଥ ସଜାଡ଼ିବା ପାଇଁ ଅର୍ଥ ଅଭାବ ଯୋଗୁଁ କାନ୍ଥର ମରାମତି କରିବା ସମ୍ଭବ ହୋଇନଥିଲା।ଶେଷରେ ଗତକାଲି ରାତ୍ର ବର୍ଷା ପାଣିରେ ଘରର ପଛପଟ କାନ୍ଥ ନଷ୍ଟ ହୋଇ ଭୁଶୁଡି ପଡିଥିଲା।ଏଠାରେ ପ୍ରକାଶ ଯେ ସ୍ୱମୀ ପ୍ରେମ ଗୌଡ଼ ୪ ମାସ ତଳେ ଦାଦନ ଖଟିବା ପାଇଁ ତାମିଲନାଡୁ ଯାଇଥିବା ବେଳେ ଉକ୍ତ ଦଦରା ଘରେ ସ୍ତ୍ରୀ ବାସନ୍ତୀ ଏବଂ ପାଞ୍ଚ ବର୍ଷର ପୁଅ ରହୁଥିଲେ।ତେବେ ଗତ ଆଠ ଦିନ ହେବ ବାସନ୍ତୀ ନିଜ ପୁଅକୁ ନେଇ ବାଣୁଆଗୁଡ଼ା ବାପା ଘରେ ଯାଇ ରହିଥିଲେ।ତେଣୁ କୌଣସି ଅଘଟଣ ହୋଇନାହିଁ।ଖବର ପାଇ ଆଜି ବାସନ୍ତୀ ନିଜ ଘରକୁ ଫେରିଥିବା ବେଳେ ଘରର କାନ୍ଥ ଭୁଶୁଡି ପଡିବା ଯୋଗୁଁ ସମ୍ପର୍କୀୟ ଘରେ ଆଶ୍ରୟ ନେଇ ଥିବା ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ସହ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User