ସେବା ପକ୍ଷ ପାଳନ ପାଇଁ ଭାଜପା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।

Sep 11, 2025 - 19:28
 0  182
ସେବା ପକ୍ଷ ପାଳନ ପାଇଁ ଭାଜପା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।

ଫୁଲବାଣୀ,୧୧|୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ଗ୍ରାମପଞ୍ଚାୟତର ଆମ୍ବପଡା ଭିଏସଏସ ସଭାଗୃହ ଠାରେ ଗୁରୁବାର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ଙ୍କ ସଭାପତିତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦୋମୋଦର ଦାସ ମୋଦିଙ୍କ ଜନ୍ମଦିନ ପାଇଁ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସ୍ତରୀୟ ସେବା ପକ୍ଷ ଉପଲକ୍ଷେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ବରିଷ୍ଠ ବିଜେପି ନେତା ତଥା ଫୁଲବାଣୀ ପୌରପରିଷଦ ୫ନମ୍ବର ୱାର୍ଡ କାଉଁସିଲାର ରମେଶ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେବା ପକ୍ଷ ବିଷୟରେ ଅଭିଭାଷଣ ମାଧ୍ୟମରେ ବିସ୍ତୃତ ଭାବେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝେଇ ଥିଲେ। ସେବା ପକ୍ଷରେ ଯେପରି ରକ୍ତ ଦାନ ଶିବିର, ବୃକ୍ଷ ରୋପଣ,ପ୍ଳାଟିକ ବର୍ଜନ, ସ୍ବଚ୍ଛତା , ସ୍ଵାସ୍ଥ୍ୟ ଶିବିର ପରି ବିଭିନ୍ନ କାର୍ଯ୍ୟକ୍ରମ କରି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ଯେପରି ଉଦାହରଣ ସୃଷ୍ଟି କରିବ ସେଉପରେ ଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଫୁଲବାଣୀ ବ୍ଲକ ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ଉପ ସଭାପତି ସୁବ୍ରତ କହଁର, ସଞ୍ଜୟ କୁମାର ଦିଗାଲ, ସାଧାରଣ ସମ୍ପାଦକ ଜୟନ୍ତ କହଁର ଙ୍କ ସମେତ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR