ବଳରାମପୂର ରେ ଫୁଟିଲା ବ୍ରହ୍ମକମଳ l

Jun 17, 2025 - 21:11
Updated: 1 year ago
0 95

ଫିରିଙ୍ଗିଆ, ୧୭l୬(ଷ୍ଟାର ନିୟୁଜ) : ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତ ବଳରାମପୁର ଗାଁ ର ପଞ୍ଚୁ ବେହେରା ଙ୍କ ଘରେ ଗୋଟିଏ ଦିନରେ ୭ ଟି ବ୍ରହ୍ମ କମଳ ପୁଷ୍ପ ଫୁଟିଛି ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି l ଲୋକଙ୍କ ଭିଡ଼ ଜମିବା ସହ ଲୋକେ ଦର୍ଶନ କରି ଧୂପ ଦୀପ ମଧ୍ୟ ଜଳୁଛନ୍ତି l ଫିରିଙ୍ଗିଆ ଅଞ୍ଚଳ ରେ ଦୀର୍ଘ ଦିନ ପୂର୍ବରୁ ଏହି ବ୍ରହ୍ମ କମଳ ଫୁଲ ଜଣକ ବାଡ଼ି ରେ ଫୁଟିଥିବା ବେଳେ ଏକା ଥରକେ ଗୋଟିଏ ରାତିରେ ୭ ଟି ଫୁଲ ଫୁଟିଥିବାରୁ ପରିବାର ଅତି ଖୁସି ବ୍ୟକ୍ତ କରିଛନ୍ତି l ଗତ ୧ ମାସ ତଳେ ପଞ୍ଚୁ ବେହେରା ଙ୍କ ଘରେ ଗୋଟିଏ ବ୍ରହ୍ମ କମଳ ପୁଷ୍ପ ଫୁଟିଥିଲା ତାହାକୁ ନେଇଁ ରାତିରେ ଯଥା ଵିଧି ପୂଜାର୍ଚନା ସହ ଯଜ୍ଞ ହେଉଥିବା ସ୍ଥାନରେ ଦେଇ ବ୍ରହ୍ମକମଳ ପୁଷ୍ପ ପୂଜାରେ ଲଗା ଯାଇଥିଲା l ଆଜି ପୁଣି ଗୋଟିଏ ରାତିରେ ୭ ଟି ବ୍ରହ୍ମ କମଳ ପୁଷ୍ପ ଫୁଟି ଥିବାରୁ ଖୁସିରେ ପରିବାର ଲୋକେ ପୂଜାର୍ଚନା ସହ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ରତଙ୍ଗ ଗ୍ରାମରେ ପୂଜା ପାଉଥିବା ରୁଦ୍ରେ ଶ୍ୱର ବାବା ଫୁଟା ଲିଙ୍ଗ ଶିବ ମନ୍ଦିର ରେ ସମସ୍ତ ବ୍ରହ୍ମ କମଳ ପୁଷ୍ପ ନେଇଁ ପୂଜାର୍ଚନା ସହ ଅର୍ପଣ କରାଯାଇଛି l ରତଙ୍ଗ ଶିବ ମନ୍ଦିର ରେ ମଧ୍ୟ ବ୍ରହ୍ମ କମଳ ପୁଷ୍ପ ଏକା ସାଙ୍ଗେ ୭ ଟି ଦେଖିବାକୁ ଭିଡ଼ ଜମିଥିବା ବେଳେ ଦର୍ଶନ ମଧ୍ୟ ଲୋକେ କରିଥିବା ଦେଖିବାକୁ ମିଳିଛି l ପୂଜକ ମଧ୍ୟ ଅତି ଆନନ୍ଦ ରେ ରୁଦ୍ରେଶ୍ୱର ବାବାଙ୍କୁ ବ୍ରହ୍ମ କମଳ ପୁଷ୍ପ ଅର୍ପଣ କରିଥିବା ଦେଖିବାକୁ ମିଳିଛି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User