ଯୌତୁକ ନିର୍ଯ୍ୟାତନା ରୁ ବଧୁ ହତ୍ୟା ଅଭି

Sep 11, 2025 - 19:31
0 164
ଯୌତୁକ ନିର୍ଯ୍ୟାତନା ରୁ ବଧୁ ହତ୍ୟା ଅଭି

କଳାହାଣ୍ଡି:ତା. ୧୧/୯ ( ଷ୍ଟାର ନିୟୁଜ ଓଡିଶା )କେସିଙ୍ଗା ଥାନା ଅଞ୍ଚଳରୁ ଆସିଲା ଅଭାବନୀୟ ଘଟଣା:ପାରିବାରିକ କଲହ ରୁ ବିଷ ପିଇ ଆତ୍ମହତ୍ୟା, ମହିଲା ଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମଦନପୁରରାମପୁର ସାପଲହରା ଗାଁ ର କ୍ଷୀରବତି ସାହୁ ଙ୍କୁ କେସିଙ୍ଗା ଥାନା ଧଅଁରମାଲ ଗାଁ ର ଜଗନ୍ନାଥ ସାହୁ ଙ୍କ ସହ ୨୦୨୩ ମସିହାରେ ବିବାହ କରିଥିଲେ, ବିବାହ ପରଠାରୁ ଯୌତୁକ ନିର୍ଯାତନା ଦେଉଥିଲେ। ଗତକାଲି ଝିଅଙ୍କ ବାପା ଆସି ବୁଝାସୁଝା କରି ଯିବାସମୟରେ ସ୍ବାମୀ ଶାଶୁ, ଶ୍ବଶୁର ମିସି ବିଷ ପିଆଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି।ଏହାପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ମୃତ୍ୟୁ ଘୋଷଣା ପରେ ,ଏନେଇ କେସିଙ୍ଗା ଥାନାରେ ଝିଅଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିଥିବା ବେଳେ ,ଶବ ବ୍ୟବଚ୍ଛଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି।
Byte_ଲକ୍ଷ୍ମୀପ୍ରସାଦ ସାହୁ(ମୃତ୍ୟୁ ମହିଳା ଙ୍କ ସମ୍ପର୍କିୟ)
Byte_କମଲ ସାହୁ (ମୃତ୍ୟୁ ମହିଳା ଙ୍କ ସମ୍ପର୍କିୟ)
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ

ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User